ଡାଇବେଟିସ୍‌ ରୋଗୀଙ୍କୁ ନେବା ପାଇଁ ଆସିଲା ଆମ୍ୱୁଲାନ୍ସ, ହେଲେ ନେଲାନି!

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ପରିଚିତ ଗଞ୍ଜାମରେ ସତେ ଯେମିତି ମାନବିକତା ମରିଯାଇଛି। ଡାଇବେଟିସ୍‌ ରୋଗରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କୁ ନେବା ପାଇଁ ଆମ୍ୱୁଲାନ୍ସ ଆସିଲା। ହେଲେ ଛୁଇଁଲାନି। ଯେଉଁଥିପାଇଁ ଆଖି ବୁଜିଲେ ସମ୍ପୃକ୍ତ ଡାଇବେଟିସ୍‌ ରୋଗୀ। ଏପରି ଘଟଣା କେଉଁ ଦୁର୍ଗମ ଅଞ୍ଚଳରେ ନୁହେଁ, ବିଚ୍‌ ବ୍ରହ୍ମପୁର ଟାଉନ୍‌ରେ ଘଟିଛି। ଏବେ ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରହ୍ମପୁର ସହର ପ୍ରହଲ୍ଲାଦ ନଗର ମନୋଜ ପ୍ରହରାଜ୍‌। ସେ ଜଣେ […]

ganjam

Manoranjan Sial
  • Published: Monday, 27 July 2020
  • , Updated: 27 July 2020, 04:07 PM IST

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ପରିଚିତ ଗଞ୍ଜାମରେ ସତେ ଯେମିତି ମାନବିକତା ମରିଯାଇଛି। ଡାଇବେଟିସ୍‌ ରୋଗରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କୁ ନେବା ପାଇଁ ଆମ୍ୱୁଲାନ୍ସ ଆସିଲା। ହେଲେ ଛୁଇଁଲାନି। ଯେଉଁଥିପାଇଁ ଆଖି ବୁଜିଲେ ସମ୍ପୃକ୍ତ ଡାଇବେଟିସ୍‌ ରୋଗୀ। ଏପରି ଘଟଣା କେଉଁ ଦୁର୍ଗମ ଅଞ୍ଚଳରେ ନୁହେଁ, ବିଚ୍‌ ବ୍ରହ୍ମପୁର ଟାଉନ୍‌ରେ ଘଟିଛି। ଏବେ ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରହ୍ମପୁର ସହର ପ୍ରହଲ୍ଲାଦ ନଗର ମନୋଜ ପ୍ରହରାଜ୍‌। ସେ ଜଣେ ଡାଇବେଟିସ୍‌ ରୋଗୀ। ଆଜି ସକାଳେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ପ୍ରାୟ ଘଣ୍ଟାଏ ବିଳମ୍ୱରେ ଆମ୍ୱୁଲାନ୍ସ ପ୍ରହଲ୍ଲାଦ ନଗରରେ ପହଞ୍ଚି ଥିଲା। ହେଲେ ରୋଗୀକୁ ନେବା ପାଇଁ ମନା କଲା! ‘କରୋନା’ ହୋଇଥିବା ସନ୍ଦେହ କରି ଆମ୍ୱୁଲାନ୍ସ ଓ ତା’ ସହିତ ଆସିଥିବା କର୍ମଚାରୀମାନେ ମନୋଜଙ୍କୁ ଛୁଇଁବାକୁ ମନା କରିଥିଲେ। କୋଭିଡ୍‌ ଆମ୍ୱୁଲାନ୍ସକୁ ଫୋନ୍‌ କରନ୍ତୁ ବୋଲି ୧୦୮ ଆମ୍ୱୁଲାନ୍ସ କର୍ମଚାରୀମାନେ କହିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଆମ୍ୱୁଲାନ୍ସ କର୍ମଚାରୀ ଓ ଗାଁ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଏମିତି ଯୁକ୍ତିତର୍କ ଚାଲିଥିଲା। ଏହାରି ଭିତରେ ମନୋଜ ଆଖି ବୁଜି ଥିଲେ। ଆମ୍ୱୁଲାନ୍ସ କର୍ମଚାରୀଙ୍କ ବେପରୁଆ ମନୋଭାବ ପାଇଁ ମନୋଜଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଯଦି ଡାଇବେଟିସ୍‌ ରୋଗରେ ପୀଡ଼ିତ ମନୋଜ ପ୍ରହରାଜଙ୍କୁ ୧୦୮ ଆମ୍ୱୁଲାନ୍ସ ନେବନି, ତାହାହେଲେ ଆସିଲା କାହିଁକି? ଯଦି ଆସିଲା ନେଲା ନାହିଁ କାହିଁକି? ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ଏହାର କାହାପାଖରେ ନାହିଁ।

Related story