ସମ୍ମୁଖ ଯୋଦ୍ଧାଙ୍କୁ ଅବହେଳା ଅଭିଯୋଗ, ରାତି ସାରା ଡାକ୍ତରଖାନା ପରିସରରେ ଗଛ ତଳେ ବସିଲେ

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା ସେ କରୋନା ପଜିଟିଭ ହେବା ପରେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସେଥିପାଇଁ ସେ ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ ତଳେ ବସି ରହିଲେ। ଏମିତି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁରରୁ। ଅଏଁଲାଭଟା ଗାଁର ଅଙ୍ଗନୱାଡି କର୍ମୀ ଗତକାଲି ଅସୁସ୍ଥ […]

Hospital

Jitendra Garnayak
  • Published: Thursday, 20 May 2021
  • , Updated: 20 May 2021, 01:00 PM IST

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା ସେ କରୋନା ପଜିଟିଭ ହେବା ପରେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସେଥିପାଇଁ ସେ ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ ତଳେ ବସି ରହିଲେ। ଏମିତି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁରରୁ।

ଅଏଁଲାଭଟା ଗାଁର ଅଙ୍ଗନୱାଡି କର୍ମୀ ଗତକାଲି ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ୱାମୀଙ୍କ ସହିତ ପଦ୍ମପୁର ଡାକ୍ତରଖାନାକୁ ଆସିଥିଲେ। ଟେଷ୍ଟ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ନଥିଲା କି ହୋମ୍‌ ଆଇସୋଲେସନ୍‌ରେ ରହିବାକୁ କୁହାଯାଇ ନଥିଲା। ଏହା ବଦଳରେ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା। ଫଳରେ ସେ ରାତି ସାରା ସ୍ୱାମୀଙ୍କ ସହିତ ଡାକ୍ତରଖାନା ପରିସରରେ ଥିବା ଏକ ଗଛ ତଳେ ବସି ରହିଥିଲେ। ତାଙ୍କ ଭଳି ଜଣେ ଅଙ୍ଗନଓ୍ୱାଡ଼ି କର୍ମୀ ତଥା କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ଯଦି ଏତେ ଅବହେଳା କରାଯାଉଛି, ତା’ହେଲେ ସାଧାରଣ ଲୋକଙ୍କ ଅବସ୍ଥା କିପରି ହେଉଥିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧୀକାରୀ ତହସିଲ ସାହୁ କହିଛନ୍ତି, ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀ ଜଣଙ୍କ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇପାରିବେ। ନ ହେଲେ ଯେଉଁ ମେଡିସିନ ଦିଆହୋଇଛି, ତାକୁ ନେଇ ହୋମ୍ ଆଇସୋଲେସନରେ ମଧ୍ୟ ରହିପାରିବେ।
https://youtu.be/rcab7taRvz0

Related story