ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ CET ଇଂଜିନିୟରିଂ କଲେଜର ଏକ ଘର ଭିତରୁ ଜଣେ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କୋରାପୁଟ ସୁନାବେଡ଼ାର ଭାଗବତ ପ୍ରସାଦ ରଥ । ସେ CET ଇଂଜିନିୟରିଂ କଲେଜର ପ୍ରଫେସର ଥିଲେ ।
ଗତ ୪ ଦିନ ହେଲା ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ଦୁର୍ଗନ୍ଧ ବାହାରୁଥିଲା । ପଡ଼ୋଶୀ ପୁଲିସ୍କୁ ଫୋନ୍ କରିବା ପରେ ପୁଲିସ୍ ପହଞ୍ଚି ଭାଗବତଙ୍କ ମୃତଦେହ ଉଦ୍ଧାର କରିଥିଲା
ସୂଚନାଯୋଗ୍ୟ, ଭାଗବତ ୪ ଦିନ ହେଲା ନ୍ଲାଇନ୍ କ୍ଲାସରେ ଯୋଗଦେଇନଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କେମିତି ଭାଗବତଙ୍କ ମୃତ୍ୟୁ ହେଲା ସେନେଇ ତଦନ୍ତ ଚଳାଇଛି ପୁଲିସ୍।