ଡ୍ୟାମ୍‌ରେ ବୁଡ଼ି ଗଲେ ଇଞ୍ଜିନିୟର; ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପାଲଝର ନିକଟରେ ଥିବା ସାଲୁଙ୍କି ଡ୍ୟାମ୍‌ରେ। ମୃତ ଇଞ୍ଜିନିୟରଙ୍କ ନାଁ ଆର୍‌ ମୁକୁନ୍ଦମ୍‌। ତାଙ୍କ ଘର ତାମିଲନାଡୁରେ। ମୁକୁନ୍ଦମ ତାଙ୍କର ୩ ଜଣ ସହଯୋଗୀଙ୍କ ସହିତ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ୍‌ଟି ପାଣିରେ ପଡ଼ି ଯାଇଥିଲା। ମୋବାଇଲ୍ ଖୋଜିବାକୁ ସେ ପାଣିକୁ ଡେଇଁ ପଡ଼ିଥିଲେ। […]

78

Jitendra Garnayak
  • Published: Monday, 14 September 2020
  • , Updated: 14 September 2020, 11:57 AM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପାଲଝର ନିକଟରେ ଥିବା ସାଲୁଙ୍କି ଡ୍ୟାମ୍‌ରେ।

ମୃତ ଇଞ୍ଜିନିୟରଙ୍କ ନାଁ ଆର୍‌ ମୁକୁନ୍ଦମ୍‌। ତାଙ୍କ ଘର ତାମିଲନାଡୁରେ।

ମୁକୁନ୍ଦମ ତାଙ୍କର ୩ ଜଣ ସହଯୋଗୀଙ୍କ ସହିତ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ୍‌ଟି ପାଣିରେ ପଡ଼ି ଯାଇଥିଲା। ମୋବାଇଲ୍ ଖୋଜିବାକୁ ସେ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ତା’ପରେ ସେ ବହୁତ ସମୟ ପର୍ଯ୍ୟନ୍ତ ପାଣିରୁ ବାହାରି ନଥିଲେ।

ଏହା ପରେ ତାଙ୍କ ସହଯୋଗୀମାନେ ବୌଦ୍ଧ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌କୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ଡ୍ୟାମ୍‌ ଠାରୁ ପ୍ରାୟ ୧ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ, ଇଞ୍ଜିନିୟର ଆର୍‌ ମୁକୁନ୍ଦମ୍ ଅନୁଗୁଳ ଜିଲ୍ଲା କୁମ୍ଭୀଆଠାରେ ମେଗା ଲିଫ୍ଟ ପ୍ରୋଜେକ୍ଟରେ କାମ କରୁଥିଲେ।

Related story