କୋଲକାତାରୁ ଫେରିଥିଲେ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଗଲା ଜୀବନ

ଭଦ୍ରକ (ପାର୍ଥ ସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ କୋଲକାତା ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ବୟାବନାପୁର ନୋଡାଲ ସ୍କୁଲରେ ଏହି ଘଟଣା ଘଟିଛି। ମୃତ ବୃଦ୍ଧଙ୍କ ନାଁ ଦେବେନ୍ଦ୍ର ରାଉତ। ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ ରବିବାର ରାତିରେ ସେ କୋଲକାତାରୁ ଫେରି ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇରେ ପଞ୍ଜିକରଣ କରିଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେବେ ଥର୍ମାଲ ଟେଷ୍ଟିଂ ପରେ ତାଙ୍କୁ ପଞ୍ଚାୟତ […]

police station

Jitendra Garnayak
  • Published: Tuesday, 19 May 2020
  • , Updated: 19 May 2020, 10:05 AM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ କୋଲକାତା ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ବୟାବନାପୁର ନୋଡାଲ ସ୍କୁଲରେ ଏହି ଘଟଣା ଘଟିଛି।

ମୃତ ବୃଦ୍ଧଙ୍କ ନାଁ ଦେବେନ୍ଦ୍ର ରାଉତ। ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ ରବିବାର ରାତିରେ ସେ କୋଲକାତାରୁ ଫେରି ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇରେ ପଞ୍ଜିକରଣ କରିଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେବେ ଥର୍ମାଲ ଟେଷ୍ଟିଂ ପରେ ତାଙ୍କୁ ପଞ୍ଚାୟତ କ୍ଵରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଥିଲା।

ତା’ପର ଦିନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ଜଳଖିଆ ଖାଇ ଶୋଇ ପଡ଼ିଥିଲେ। ତେବେ ମଧ୍ୟାହ୍ନରେ ସେ ଖାଇବା ପାଇଁ ଉଠି ନଥିଲେ। ତେଣୁ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଵୋଲି ଘୋଷଣା କରିଥିଲେ। ବୃଦ୍ଧ ଜଣଙ୍କ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ଡାକ୍ତର କହିଛନ୍ତି।

Related story