୪ ଓଡ଼ିଆ ଡାକ୍ତର ପୁରସ୍କୃତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଗୌରବ। ମାତୃ ସୁରକ୍ଷା ଯୋଜନାରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଓଡ଼ିଶା ଡାକ୍ତର ପୁରସ୍କୃତ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ ଡାକ୍ତର ଫେଡ୍‌ରିକ୍‌ ଷ୍ଟିଫେନ୍‌, ଡାକ୍ତର ଏସ୍‌.ଏନ୍‌. ସାହୁ, ଡାକ୍ତର ବୈରାଗିନୀ ବେହେରା ଓ ଡାକ୍ତର ଚନ୍ଦ୍ରଭାନୁ ସେଠୀ। ଗର୍ଭବତୀ ମହିଳାଙ୍କ ଯାଞ୍ଚ ତଥା ସୁରକ୍ଷିତ ପ୍ରସବ ପାଇଁ ଏମାନେ ସ୍ୱେଚ୍ଛାକୃତ ଭାବେ ଦାୟିତ୍ୱ ନେଇଥାନ୍ତି। ନୂଆଦିଲ୍ଲୀରେ […]

doctor.jpg11

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 06:07 AM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଗୌରବ। ମାତୃ ସୁରକ୍ଷା ଯୋଜନାରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଓଡ଼ିଶା ଡାକ୍ତର ପୁରସ୍କୃତ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ ଡାକ୍ତର ଫେଡ୍‌ରିକ୍‌ ଷ୍ଟିଫେନ୍‌, ଡାକ୍ତର ଏସ୍‌.ଏନ୍‌. ସାହୁ, ଡାକ୍ତର ବୈରାଗିନୀ ବେହେରା ଓ ଡାକ୍ତର ଚନ୍ଦ୍ରଭାନୁ ସେଠୀ। ଗର୍ଭବତୀ ମହିଳାଙ୍କ ଯାଞ୍ଚ ତଥା ସୁରକ୍ଷିତ ପ୍ରସବ ପାଇଁ ଏମାନେ ସ୍ୱେଚ୍ଛାକୃତ ଭାବେ ଦାୟିତ୍ୱ ନେଇଥାନ୍ତି। ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏମାନଙ୍କୁ ପୁରସ୍କୃତ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି-“ମାସର ପ୍ରତି ୯ ତାରିଖକୁ ଗର୍ଭବତୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲି। ଡାକ୍ତରମାନେ ମୋ କଥାକୁ ଧ୍ୟାନ ଦେଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ଏପରିକି କିଛି ଡାକ୍ତର ବୋର୍ଡ଼ ମାରି ଗର୍ଭବତୀଙ୍କୁ ଆସିବା ପାଇଁ ଲେଖିଥିଲେ। ଆଉ ଗର୍ଭବତୀ ମହିଳାମାନେ ସେଠାକୁ ଯାଇ ମାଗଣାରେ ଚିକିତ୍ସା ହେଉଛନ୍ତି।”

Related story