ଅଣଧାନ ଓ ପ୍ରତିକୂଳ ପରିସ୍ଥିତିରେ ଚାଷ ହୋଇପାରୁଥିବା ଧାନ ବିହନର ଅଧିକ ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ବିହନ ନିଗମର କାର୍ଯ୍ୟକାରିତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଗ, ବିରି ଭଳି ଅଣଧାନ ବିହନ ସହ, ବନ୍ୟା ଓ ମରୁଡି ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷ ହୋଇପାରୁଥିବା ଧାନ ବିହନ କିଭଳି ଅଧିକ ଉତ୍ପାଦନ ହେବ ତା’ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରତି ଜିଲ୍ଲାରେ ସିଡ୍ ପ୍ରଡକସନ୍ ଅଫିସର ନିଯୁକ୍ତି, କର୍ପସଫଣ୍ଡ ୬୦ କୋଟିରୁ ୧୦୦ କୋଟିକୁ ବୃଦ୍ଧି, ଅଧିକ ଗୋଦାମ […]

m

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 04:59 AM IST

ଭୁବନେଶ୍ୱର: ରାଜ୍ୟ ବିହନ ନିଗମର କାର୍ଯ୍ୟକାରିତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଗ, ବିରି ଭଳି ଅଣଧାନ ବିହନ ସହ, ବନ୍ୟା ଓ ମରୁଡି ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷ ହୋଇପାରୁଥିବା ଧାନ ବିହନ କିଭଳି ଅଧିକ ଉତ୍ପାଦନ ହେବ ତା’ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ପ୍ରତି ଜିଲ୍ଲାରେ ସିଡ୍ ପ୍ରଡକସନ୍ ଅଫିସର ନିଯୁକ୍ତି, କର୍ପସଫଣ୍ଡ ୬୦ କୋଟିରୁ ୧୦୦ କୋଟିକୁ ବୃଦ୍ଧି, ଅଧିକ ଗୋଦାମ ଗୃହ ନିର୍ମାଣ, ପ୍ରତି ପଞ୍ଚାୟତରେ ବିହନ ଯୋଗାଇବାକୁ ଡିଲର ନିଯୁକ୍ତି ସହ ଜୁନାଗଡ଼ ଓ ପାରଳାଖେମୁଣ୍ଡିରେ ଦୁଇଟି ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ ପାଇଁ ବୈଠକରେ ନିଷ୍ପତି ହୋଇଛି।

Related story