ଆନନ୍ଦପୁର: ପୋଡ଼ି ହୋଇ ଦମ୍ପତି ଗୁରୁତର

ଆନନ୍ଦପୁର: ଘରୋଇ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳି ଗାଁର ଦମ୍ପତି ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଚତୁର୍ଭୁଜ ସାହୁ ଏବଂ ତାଙ୍କ ପତ୍ନୀ ସୁମିତ୍ରା। ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। କୌଣସି କାରଣକୁ ନେଇ ଚତୁର୍ଭୁଜ ଏବଂ ସୁମିତ୍ରାଙ୍କ ମଧ୍ୟରେ ଗତକାଲି ରାତିରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ସୁମିତ୍ରା ନିଜ ଦେହରେ କିରୋସିନ୍‌ ଢାଳି ନିଆଁ […]

anadapur

Rakesh Mallick
  • Published: Wednesday, 19 October 2016
  • , Updated: 19 October 2016, 11:36 AM IST

ଆନନ୍ଦପୁର: ଘରୋଇ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳି ଗାଁର ଦମ୍ପତି ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଚତୁର୍ଭୁଜ ସାହୁ ଏବଂ ତାଙ୍କ ପତ୍ନୀ ସୁମିତ୍ରା। ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି।

କୌଣସି କାରଣକୁ ନେଇ ଚତୁର୍ଭୁଜ ଏବଂ ସୁମିତ୍ରାଙ୍କ ମଧ୍ୟରେ ଗତକାଲି ରାତିରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ସୁମିତ୍ରା ନିଜ ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଚତୁର୍ଭୁଜଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଏପରିକି ସେମାନଙ୍କ ଛୋଟ ପୁଅଟି ମଧ୍ୟ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ ସୁମିତ୍ରାଙ୍କ ପରିବାର ଲୋକେ ଚତୁର୍ଭୁଜଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସୁମିତ୍ରାଙ୍କ ପରିବାର ପକ୍ଷରୁ କୁହାଯାଇଛି, ବିବାହ ପରଠାରୁ ଚତୁର୍ଭୁଜ ଅଧିକ ଯୌତୁକ ଆଣିବା ଦାବିରେ ସୁମିତ୍ରାଙ୍କୁ ନିର୍ଯାତନା ଦେଇ ଆସୁଥିଲା।

Related story