କୁଶେଇ ସେତୁ ଆନ୍ଦୋଳନକୁ ଟ୍ରକ ମାଲିକ ସଂଘର ବିରୋଧ

ଯାଜପୁରରୋଡ: ପ୍ରସ୍ତାବିତ କୁଶେଇ ସେତୁକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ଆନ୍ଦୋଳନକୁ ଯାଜପୁର ରୋଡ ଟ୍ରକ ମାଲିକ ସଂଘ ବିରୋଧ କରିଛି।  ଗ୍ରାମବାସୀମାନେ ପୋଲିସ ଉପରେ କରିଥିବା ଆକ୍ରମଣକୁ ସଂଘ ନିନ୍ଦା କରିଛି। ଗ୍ରାମବାସୀମାନେ ସେତୁ ନିର୍ମାଣକୁ ବିରୋଧ କରିବା ଦ୍ୱାରା ରାଜ୍ୟର ଆର୍ଥିକ କ୍ଷତି ହେବା ସହ ଟ୍ରକ ମାଲିକମାନେ ବ୍ୟାପକ କ୍ଷତି ସହୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସେତୁ ନିର୍ମାଣ କରାନଗଲେ ଆଗାମୀ ଦିନରେ ଗମନାଗମନ ସହିତ ମାଲ ପରିବହନରେ ବାଧା ଉପୁଜିବ […]

jajpur

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 07:37 AM IST

ଯାଜପୁରରୋଡ: ପ୍ରସ୍ତାବିତ କୁଶେଇ ସେତୁକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ଆନ୍ଦୋଳନକୁ ଯାଜପୁର ରୋଡ ଟ୍ରକ ମାଲିକ ସଂଘ ବିରୋଧ କରିଛି।  ଗ୍ରାମବାସୀମାନେ ପୋଲିସ ଉପରେ କରିଥିବା ଆକ୍ରମଣକୁ ସଂଘ ନିନ୍ଦା କରିଛି। ଗ୍ରାମବାସୀମାନେ ସେତୁ ନିର୍ମାଣକୁ ବିରୋଧ କରିବା ଦ୍ୱାରା ରାଜ୍ୟର ଆର୍ଥିକ କ୍ଷତି ହେବା ସହ ଟ୍ରକ ମାଲିକମାନେ ବ୍ୟାପକ କ୍ଷତି ସହୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସେତୁ ନିର୍ମାଣ କରାନଗଲେ ଆଗାମୀ ଦିନରେ ଗମନାଗମନ ସହିତ ମାଲ ପରିବହନରେ ବାଧା ଉପୁଜିବ ବୋଲି ସଂଘ କହିଛି। ଯଥା ଶୀଘ୍ର ଏହାର ସମାଧାନ କରାନଗଲେ  ରାଜ୍ୟର ବିଭିନ୍ନ ଟ୍ରକ ମାଲିକ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଟ୍ରକ ମାଲିକ ସଂଘ  ସମ୍ପାଦକ ବ୍ରଜ କିଶୋର ରାଉତ କହିଛନ୍ତି।

Related story