ଆନନ୍ଦପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ୪୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶୋଷୋ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଅଞ୍ଚଳର ୪୦ରୁ ଅଧିକ ଲୋକେ ଏଥିରେ ଆକ୍ରାନ୍ତ ହୋଇ ସୋସୋ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କିଛି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଓ  ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଝାଡାବାନ୍ତି ବ୍ୟାପିବାର କାରଣ ଜଣାପଡିନାହିଁ। ସୋସୋ ଅଞ୍ଚଳର ବ୍ରାହ୍ମଣ ସାହି, କୁମ୍ଭାର ସାହି ଓ ଦେହୁରୀ ସାହି ଅନ୍ୟ ଦୁଇଟି ସାହିରେ ଲୋକେ ଝାଡ଼ାବାନ୍ତିରେ ପୀଡିତ ହୋଇଛନ୍ତି। ସ୍ଥାନୀୟ ସରପଞ୍ଚ […]

anadapur-2

Rakesh Mallick
  • Published: Wednesday, 17 February 2016
  • , Updated: 18 February 2016, 02:27 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶୋଷୋ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଅଞ୍ଚଳର ୪୦ରୁ ଅଧିକ ଲୋକେ ଏଥିରେ ଆକ୍ରାନ୍ତ ହୋଇ ସୋସୋ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କିଛି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଓ  ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଝାଡାବାନ୍ତି ବ୍ୟାପିବାର କାରଣ ଜଣାପଡିନାହିଁ।

ସୋସୋ ଅଞ୍ଚଳର ବ୍ରାହ୍ମଣ ସାହି, କୁମ୍ଭାର ସାହି ଓ ଦେହୁରୀ ସାହି ଅନ୍ୟ ଦୁଇଟି ସାହିରେ ଲୋକେ ଝାଡ଼ାବାନ୍ତିରେ ପୀଡିତ ହୋଇଛନ୍ତି। ସ୍ଥାନୀୟ ସରପଞ୍ଚ ଓ ସ୍ୱାସ୍ଥ୍ୟ ବିଭାଗ ନେତୃତ୍ୱରେ ଗାଁରେ ଓଆର୍‌ଏସ୍ ପାଣି ଦିଆଯାଉଛି। ସୋସୋ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଥିବାରୁ ଚିକିତ୍ସାରେ ଅବହେଳା କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଡାକ୍ତରୀ ଟିମ୍‌ ଉକ୍ତ ସାହିଗୁଡିକରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ନ ଥିବାରୁ ଏହା ଆହୁରି ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।

Related story