ଅନ୍ଧବିଶ୍ୱାସର କରୁଣ ପରିଣତି: ୧୫ ଦିନର ଶିଶୁ ପେଟରେ ଗୁଣିଆର ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ମାଲକାନଗିରି: ଯୁଗ ବଦଳୁଛି । ଏହାସହ ତାଳ ଦେଇ ମଣିଷର ଚାଲିଚଳଣ, ଆଚାର ବ୍ୟବହାରରେ ପରିବର୍ତ୍ତନ ଘଟୁଛି । ଆଧୁନିକ ଯୁଗରେ ମଣିଷ ମଙ୍ଗଳ ଗ୍ରହରେ ପାଦ ଥାପିକୁ ଯୋଜନ କରୁଛି । ଶିକ୍ଷା, ସ୍ୱାସ୍ଥ୍ୟ ପରି ସବୁ କ୍ଷେତ୍ରରେ ଉନ୍ନତି ଘଟିଛି । ହେଲେ ଆଜି ବି ବହୁ ସ୍ଥାନରେ ଲୋକଙ୍କ ମନରେ ଅନ୍ଧବିଶ୍ୱସ ବସାବାନ୍ଧି ରହିଛି । କେଉଁଠି ଏହି ଅନ୍ଧବିଶ୍ୱାସ ଜୀବନ ନେଇଯାଉଛି ତ ଆଉ କେଉଁଠି ଜୀବନକୁ ଦୁର୍ବିସହ କରିଦେଉଛି । ଏପରି […]

sisu

Rakesh Mallick
  • Published: Sunday, 08 November 2015
  • , Updated: 09 November 2015, 02:39 AM IST

ମାଲକାନଗିରି: ଯୁଗ ବଦଳୁଛି । ଏହାସହ ତାଳ ଦେଇ ମଣିଷର ଚାଲିଚଳଣ, ଆଚାର ବ୍ୟବହାରରେ ପରିବର୍ତ୍ତନ ଘଟୁଛି । ଆଧୁନିକ ଯୁଗରେ ମଣିଷ ମଙ୍ଗଳ ଗ୍ରହରେ ପାଦ ଥାପିକୁ ଯୋଜନ କରୁଛି । ଶିକ୍ଷା, ସ୍ୱାସ୍ଥ୍ୟ ପରି ସବୁ କ୍ଷେତ୍ରରେ ଉନ୍ନତି ଘଟିଛି । ହେଲେ ଆଜି ବି ବହୁ ସ୍ଥାନରେ ଲୋକଙ୍କ ମନରେ ଅନ୍ଧବିଶ୍ୱସ ବସାବାନ୍ଧି ରହିଛି । କେଉଁଠି ଏହି ଅନ୍ଧବିଶ୍ୱାସ ଜୀବନ ନେଇଯାଉଛି ତ ଆଉ କେଉଁଠି ଜୀବନକୁ ଦୁର୍ବିସହ କରିଦେଉଛି । ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଗୁମ୍ମାଝରଣ ଗାଁରେ । ଗାଁରେ ଏକ ୧୫ଦିନର ଶିଶୁପୁତ୍ରର ପେଟ ଫୁଲି ଯାଇଥିଲେ ମଧ୍ୟ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିଆ ପାଖକୁ ନେଇ ଚେଙ୍କ ଦେବା ଘଟଣା ନଜରକୁ ଆସିଛି । ଶିଶୁପୁତ୍ରଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏବେ ତାକୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ଧବିଶ୍ୱାସ ଯୋଗୁଁ ପିଲାଟି ଏବେ ଜୀବନମରଣ ସହ ସଂଗ୍ରାମ କରୁଛି।

ମାଡକାପଦର ପାହାଡ ଉପରେ ଥିବା ଅପହଞ୍ଚ ଗୁମ୍ମାଝରଣ ଗାଁର ଏହି ୧୫ଦିନର ଶୁଶୁପୁତ୍ର ପେଟ ଫୁଲି ଯାଇଥିଲା । ସଚେତନତା ଅଭାବ ଓ ଗମନାଗମନ ସୁବିଧା ନ ଥିବାରୁ ପରିବାର ଲୋକେ ଦଶମନ୍ତପୁର ଅଞ୍ଚଳର ଜଣେ ଗୁଣିଆକୁ ପିଲାକୁ ଦେଖାଇଥିଲେ । ଗୁଣିଆ ଚେଙ୍କ ଦିଆଗଲେ ପିଲା ଭଲ ହୋଇଯିବ ବୋଲି କହିଥିଲେ । କାଚ ଚୂଡିକୁ ଗରମ କରାଯାଇ ଶିଶୁପୁତ୍ରର ପେଟର ଏକାଧିକ ସ୍ଥାନରେ ଚେଙ୍କ ଦିଆଯାଇଥିଲା । ଫଳରେ ଶିଶୁଟିର ପେଟରେ ଘା’ ହୋଇ ସେ ଅଧିକ ଗୁରୁତର ହୋଇଯାଇଥିଲା । ଏହାପରେ ପରିବାର ଲୋକେ ଶିଶୁଟିକୁ ମାଥିଲି ଡାକ୍ତରଖାନା ଆଣିଥିଲେ । ପରେ ତାକୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସା ପରେ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ଗୋବିନ୍ଦ ବିଶ୍ୱାସ କହିଛନ୍ତି । ତେବେ ଏବେ କି ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସେ କହିଛନ୍ତି।

ଏ ନେଇ ଶିଶୁପୁତ୍ରର ମାଆ ଓ କିଛି ସମ୍ପର୍କିୟ କହିଛନ୍ତି, ଗାଁକୁ ରାସ୍ତା ନାହିଁ । ତେଣୁ ପିଲାକୁ ଗୁଣିଆ ପାଖକୁ ଚିକିତ୍ସା ଲାଗି ନେଇଥିଲୁ। ଚେଙ୍କ ଦେବା ପରେ ପେଟ ଅଧିକ ଫୁଲିଯିବା ସହ ଘା’ ହୋଇଗଲା । ଚିକିତ୍ସାଳୟ ଆଣିଛୁ ବୋଲି ସେମାନେ କହିଛନ୍ତି।

Related story