ଓଡ଼ିଶାରେ ପଶିଲା, ଚକ୍ଷୁ ଶିବିର ଆୟୋଜନ କଲା

କୋରାପୁଟ (ସୂର୍ଯ୍ୟ ପଣ୍ଡା): ପୁଣି ବିବାଦୀୟ କୋଟିଆରେ ପଶିଛି ଆନ୍ଧ୍ରପ୍ରଦେଶ ପ୍ରଶାସନ। ଆଜି ଆନ୍ଧ୍ରର ମେଡ଼ିକାଲ୍‌ ଟିମ୍‌ କୋଟିଆର ଫାଟୁସେନେରୀ, ସଲପଗୁଡା ଓ ହରମାଣ୍ଡାଙ୍ଗି ଗାଁରେ ଚକ୍ଷୁ ଶିବିର କରିଛି। ମେଡିକାଲ୍‌ ଟିମ୍‌ ୫୦ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ କେତେକଙ୍କୁ ମାଗଣାରେ ଚଷମା ପ୍ରଦାନ କରିଛି। ଆଉ କିଛି ଲୋକଙ୍କୁ ଚଷମା ଦେବା ପାଇଁ ମେଡିକାଲ୍‌ ଟିମ୍‌ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଅର୍ଥାତ ୪ ଦିନ ତଳେ ଆନ୍ଧ୍ର ପୁଲିସ […]

Kotia

Manoranjan Sial
  • Published: Wednesday, 06 October 2021
  • , Updated: 06 October 2021, 07:13 PM IST

କୋରାପୁଟ (ସୂର୍ଯ୍ୟ ପଣ୍ଡା): ପୁଣି ବିବାଦୀୟ କୋଟିଆରେ ପଶିଛି ଆନ୍ଧ୍ରପ୍ରଦେଶ ପ୍ରଶାସନ। ଆଜି ଆନ୍ଧ୍ରର ମେଡ଼ିକାଲ୍‌ ଟିମ୍‌ କୋଟିଆର ଫାଟୁସେନେରୀ, ସଲପଗୁଡା ଓ ହରମାଣ୍ଡାଙ୍ଗି ଗାଁରେ ଚକ୍ଷୁ ଶିବିର କରିଛି। ମେଡିକାଲ୍‌ ଟିମ୍‌ ୫୦ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ କେତେକଙ୍କୁ ମାଗଣାରେ ଚଷମା ପ୍ରଦାନ କରିଛି। ଆଉ କିଛି ଲୋକଙ୍କୁ ଚଷମା ଦେବା ପାଇଁ ମେଡିକାଲ୍‌ ଟିମ୍‌ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଅର୍ଥାତ ୪ ଦିନ ତଳେ ଆନ୍ଧ୍ର ପୁଲିସ ପକ୍ଷରୁ ନେରାଡ଼ିବାଲ୍‌ସା ଗାଁରେ ସ୍ୱାସ୍ଥ୍ୟ ଶିବିର ହୋଇଥିଲା। ସେଦିନ ବହୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଓଡ଼ିଶା ସରକାର କଥା କଥାରେ କହୁଛନ୍ତି ଆମେ ସୀମାରେ ଜଗିଛୁ। ଯଦି ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ଜଗିଛନ୍ତି, ତାହାହେଲେ କେମିତି ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନେ ଓଡ଼ିଶାରେ ପଶି ଚିକିତ୍ସା ଶିବିର କରୁଛନ୍ତି? ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ମିଛ କୁହାଯାଉଛି!

ସୂଚନାରୁ ପ୍ରକାଶ, ଅନେକ ସମୟରେ ଆନ୍ଧ୍ର ପ୍ରଶାସନ ଓଡ଼ିଶାରେ ପଶି କିଛି ନା କିଛି କାମ କରୁଛି। କେତେବେଳେ ଅଙ୍ଗନବାଡ଼ି କେନ୍ଦ୍ର ଶିଳାନ୍ୟାସ୍‌ କରୁଛି ତ ଆଉ କେତେବେଳେ ଛତୁଆ ବାଣ୍ଟୁଛି। ଆଉ କେତେବେଳେ ଆଧାର କାର୍ଡ଼ ପାଇଁ ଫଟୋ ଉଠାଉଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାତ୍ୟା ସମୟରେ ଓଡ଼ିଶା ସରକାର ପ୍ରଭାବିତଙ୍କୁ ଉଦ୍ଧାର କରୁଥିବା ବେଳେ ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନେ ଓଡ଼ିଆ ଫଳକ ଭାଙ୍ଗିବାରେ ଲାଗିଥିଲେ। ଯାହାର ପ୍ରମାଣ ବାତ୍ୟା ପରେ ଦେଖିବାକୁ ମିଳିଥିଲା। ଆନ୍ଧ୍ରର ଏପରି ଦାଦାଗିରିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Related story