କୋଟିଆ ପରେ ଦେଓମାଳି ଉପରେ ନଜର; ବଣଭୋଜି ବାହାନାରେ ପଶିଲେ ଦଳ ଦଳ ଆନ୍ଧ୍ର ଅଧିକାରୀ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋଟିଆ ବିବାଦ ସମାଧାନ ହୋଇ ନ ଥିବା ବେଳେ ପୁଣି ପଟାଙ୍ଗି ବ୍ଲକର ଦେଓମାଳି ଉପରେ ପଡ଼ିଲାଣି ଆନ୍ଧ୍ରର ନଜର। ଗତକାଲି ବଣଭୋଜି ବାହାନାରେ ଦେଓମାଳିରେ ପହଞ୍ଚିଥିଲେ ଆନ୍ଧ୍ରର ଦଳ ଦଳ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌। ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ପହଞ୍ଚିଥିଲେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ । […]

andhra

Niharika Rout
  • Published: Monday, 22 November 2021
  • , Updated: 22 November 2021, 08:05 AM IST

କୋରାପୁଟ(ଓଡ଼ିଶା ରିପୋର୍ଟର): କୋଟିଆ ବିବାଦ ସମାଧାନ ହୋଇ ନ ଥିବା ବେଳେ ପୁଣି ପଟାଙ୍ଗି ବ୍ଲକର ଦେଓମାଳି ଉପରେ ପଡ଼ିଲାଣି ଆନ୍ଧ୍ରର ନଜର। ଗତକାଲି ବଣଭୋଜି ବାହାନାରେ ଦେଓମାଳିରେ ପହଞ୍ଚିଥିଲେ ଆନ୍ଧ୍ରର ଦଳ ଦଳ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌।

ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ପହଞ୍ଚିଥିଲେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ ।

ଗତକାଲି ଦିନ ପ୍ରାୟ ୧୧ଟାରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ବୁଲିଲେ, ଭୋଜିଭାତ କଲେ, ଖିଆପିଆ ସାରି ପୁଣି ବାହୁଡ଼ିଗଲେ । ଏସବୁ ଭିତରେ କିନ୍ତୁ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଜିଲ୍ଲାପାଳଙ୍କ ଗତିବିଧିକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

[caption id="attachment_693584" align="aligncenter" width="650"] ଦେଓମାଳିରେ ଆନ୍ଧ୍ର ଅଧିକାରୀଙ୍କ ଗାଡ଼ି।[/caption]

କୋରାପୁଟ ଜିଲ୍ଲା କୁନ୍ଦୁଲିରୁ ଏହି ଗାଡିଗୁଡିକ କୋଟିଆ ଆଡକୁ ମୁହାଁଇଥଇଲା । ପରେ ମଝି ରାସ୍ତାରେ ଦେଓମାଳି ଆଡକୁ ମୁହାଁଇଥିଲା ସମସ୍ତ ସରକାରୀ ଗାଡ଼ି । ଏଭଳି ଗତିବିଧି ଉପରେ କଡ଼ା ନଜର ରଖିଥିଲେ ସ୍ଥାନୀୟ ଲୋକେ ଓ କୋରାପୁଟ୍ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ।

ତେବେ ବିଜୟନଗରମ୍ ଜିଲ୍ଲାପାଳ ସୂର୍ଯ୍ୟାକୁମାରୀ ଏବଂ ୬୦/୭୦ ଜଣ ପ୍ରଶାସନିକ ଅଧିକାରୀ ଦେଓମାଳି ପରେ ପଟ୍ଟାଙ୍ଗି ବ୍ଲକ ଗଲିଗବଦର ଜଳପ୍ରପାତ ଯାଇଥିଲେ । ସେଠାରୁ ପୁଣି ପଟାଙ୍ଗି ବାଟ ଦେଇ ଆନ୍ଧ୍ରପ୍ରଦେଶକୁ ଫେରିଯାଇଥିଲେ । ତେବେ ଦେଓମାଳିରେ ଅତିରିକ୍ତ ଜିଲାପାଳ ଏବଂ ଗାଲିଗବଦରରେ ପଟାଙ୍ଗି ପୁଲିସ ଓ ବିଡ଼ିଓ ଜଗି ରହିଥିଲେ।

ବିଜୟନଗରମ୍‌ ଜିଲ୍ଲାପାଳଙ୍କ ସମେତ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଏଭଳି ଆକସ୍ମିକ ଗସ୍ତକୁ ନେଇ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି । ଏଯାଏ କୋଟିଆ ବିବାଦର ସମାଧାନ ହୋଇ ନ ଥିବା ବେଳେ ପୁଣି ନୂଆ ବିବାଦ ସୃଷ୍ଟି କରିବାକୁ ଆନ୍ଧ୍ର ଅଧିକାରୀ ଏଭଳି ଅଚାନକ ଗସ୍ତ କରିଥିବା ଆଲୋଚନା ହେଉଛି।

Related story