ଆନ୍ଦୋଳନରୁ ଓହରିଲା ଓଡ଼ିଶା ନର୍ସିଂ ସଂଘ

କଟକ: ୩ଦଫା ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ ସଂଘ ବିଧାୟକ ପ୍ରଭାତ ବିଶ୍ୱାଳ ଓ ଦେବାଶିଷ ସାମନ୍ତରାୟଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରି ଯାଇଛନ୍ତି। ନର୍ସମାନଙ୍କ ଦାବି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ୨ ବିଧାୟକ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିବା ସଂଘ ସମ୍ପାଦିକ ପ୍ରଭାତି ମହାନ୍ତି ସୂଚନା ଦେଇଛନ୍ତି। ନର୍ସମାନଙ୍କୁ ଆନ୍ଦୋଳନରୁ ନିବର୍ତ୍ତାଇବା ପାଇଁ ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ […]

andolan

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 12:36 PM IST

କଟକ: ୩ଦଫା ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ ସଂଘ ବିଧାୟକ ପ୍ରଭାତ ବିଶ୍ୱାଳ ଓ ଦେବାଶିଷ ସାମନ୍ତରାୟଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରି ଯାଇଛନ୍ତି।

ନର୍ସମାନଙ୍କ ଦାବି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ୨ ବିଧାୟକ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିବା ସଂଘ ସମ୍ପାଦିକ ପ୍ରଭାତି ମହାନ୍ତି ସୂଚନା ଦେଇଛନ୍ତି।

ନର୍ସମାନଙ୍କୁ ଆନ୍ଦୋଳନରୁ ନିବର୍ତ୍ତାଇବା ପାଇଁ ଏସ୍‌ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବିଧାୟକ ପ୍ରଭାତ ବିଶ୍ୱାଳ, ଦେବାଶିଷ ସାମନ୍ତରାୟ ଓ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଆଜିର ଆନ୍ଦୋଳନରେ ୫,୬୦୦ ନର୍ସ ସାମିଲ ହୋଇଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ନର୍ସମାନଙ୍କୁ  ସ୍ଥାୟୀ ନିଯୁକ୍ତି, ୬ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ସବୁ ବର୍ଗର ନର୍ସମାନଙ୍କୁ ନିୟମିତ କରିବା ଓ ବେସିକ୍‌ ପେ ୫,୨୦୦ରୁ ୯,୩୦୦କୁ ବୃଦ୍ଧି ସହିତ ୪,୨୦୦ ଗ୍ରେଡ୍‌ ପେ ପ୍ରଦାନ ପରି ବିଭିନ୍ନ ଦାବି ନେଇ ସଂଘ ଆନ୍ଦୋଳନ କରିଥିଲା।

Related story