ଆନ୍ଦୋଳନ ଛାଡ଼ି କଥାବାର୍ତ୍ତା ପାଇଁ ନବନିର୍ମାଣ କୃଷକ ସଂଗଠନକୁ ବିଧାୟକଙ୍କ ଆହ୍ୱାନ

ଭୁବନେଶ୍ୱର: ପୁଣି ଥରେ ଲୋୟର ପିଏମ୍‌ଜିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। ବିଜେଡିର ୭ ଜଣ ବିଧାୟକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସଂଗଠନ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଦାବି ପୂରଣ ନେଇ ସଂଗଠନ ପକ୍ଷରୁ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ମଗାଯାଇଛି। ସରକାର ଏ ନେଇ ଲିଖିତ ପ୍ରତିଶ୍ରୁତି ଦେଲେ ଆସନ୍ତାକାଲିଠାରୁ ହେବାକୁ ଥିବା ଆନ୍ଦୋଳନକୁ ବନ୍ଦ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଚାଷୀମାନଙ୍କର ସମସ୍ୟା ଦୀର୍ଘ ଦିନର। ଚାଷୀଙ୍କର କିଛି ସମସ୍ୟା […]

nabanirman

Rakesh Mallick
  • Published: Monday, 28 March 2016
  • , Updated: 29 March 2016, 03:58 AM IST

ଭୁବନେଶ୍ୱର: ପୁଣି ଥରେ ଲୋୟର ପିଏମ୍‌ଜିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। ବିଜେଡିର ୭ ଜଣ ବିଧାୟକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସଂଗଠନ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଦାବି ପୂରଣ ନେଇ ସଂଗଠନ ପକ୍ଷରୁ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ମଗାଯାଇଛି। ସରକାର ଏ ନେଇ ଲିଖିତ ପ୍ରତିଶ୍ରୁତି ଦେଲେ ଆସନ୍ତାକାଲିଠାରୁ ହେବାକୁ ଥିବା ଆନ୍ଦୋଳନକୁ ବନ୍ଦ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଚାଷୀମାନଙ୍କର ସମସ୍ୟା ଦୀର୍ଘ ଦିନର। ଚାଷୀଙ୍କର କିଛି ସମସ୍ୟା ସରକାରଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଛି, ଆଉ କିଛି ପର୍ଯ୍ୟାୟକ୍ରମେ ପୂରଣ କରାଯିବ। ଆଜି ଭୁବନେଶ୍ୱରର ଲୋୟର ପିଏମଜିରେ ଅନଶନରେ ବସିଥିବା ନବନିର୍ମାଣ କୃଷକ ସଂଗଠନର ନେତାଙ୍କୁ ଭେଟିବା ପରେ ଏହା କହିଛନ୍ତି ବିଜେଡି ମୁଖପାତ୍ର ଅମର ଶତପଥୀ।

ସେ ଆହୁରି କହିଛନ୍ତି, “ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ସେମାନେ ଏହି ମାର୍ଚ୍ଚ ମାସର ଟାଣ ଖରାରେ ଲୋୟର ପିଏମ୍‌ଜିରେ ଅନଶନରେ ବସିଥିଲେ। ସେମାନଙ୍କ ଅନଶନରୁ ବିରତ ରହିବାକୁ ଅନୁରୋଧ କରିବାକୁ ମୁଁ ଅନ୍ୟ ୬ଜଣ ବିଧାୟକଙ୍କ ସହ ଆସିଥିଲି। ସରକାର ସଂଗଠନର ଦାବି ସମ୍ପର୍କରେ ବିଚାର କରୁଛନ୍ତି। ତେଣୁ ଆନ୍ଦୋଳନରୁ ଓହରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନା କରିବାକୁ ମୁଁ ଆହ୍ୱାନ ଦେଉଛି।”

ଅନ୍ୟପକ୍ଷରେ ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି,“ସରକାର ଫସଲ ନଷ୍ଟ କାରଣରୁ ଚାଷୀ ମୃତ୍ୟୁକୁ ସ୍ୱୀକାର କରନ୍ତୁ। ଏହାସହ ଚାଷୀଙ୍କୁ ପେନ୍‌ସନ୍‌ ଦାବି ନେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ଯଦି ସରକାର ଏନେଇ ଆଜି ସୁଦ୍ଧା କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତାକାଲିଠାରୁ  ଆଇନ୍‌ ଅମାନ୍ୟ ଆନ୍ଦୋଳନ କରାଯିବ।”

Related story