ନିଆଁରେ ପୋଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବାମୁର ପଞ୍ଚାୟତର ଭରଙ୍ଗମୁଣ୍ଡା ଗାଁରେ ଜଣେ ବୃଦ୍ଧା ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ବୁଧେଇ ସାହୁ। ଗତକାଲି ରାତିରେ ସେ ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଳି ଶୋଇଥିଲେ। ତେବେ ସେହି ନିଆଁରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ସେ ନିଆଁରେ ପୋଡ଼ି ହୋଇଥିବା ଜାଣି ପଡ଼ୋଶୀମାନେ ବାମୁର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ […]

burnt

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 10:28 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବାମୁର ପଞ୍ଚାୟତର ଭରଙ୍ଗମୁଣ୍ଡା ଗାଁରେ ଜଣେ ବୃଦ୍ଧା ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ବୁଧେଇ ସାହୁ। ଗତକାଲି ରାତିରେ ସେ ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଳି ଶୋଇଥିଲେ। ତେବେ ସେହି ନିଆଁରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ସେ ନିଆଁରେ ପୋଡ଼ି ହୋଇଥିବା ଜାଣି ପଡ଼ୋଶୀମାନେ ବାମୁର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ବୁଧେଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story