ଅନୁଗୋଳ: ୪ ବର୍ଷର ଶିଶୁ କନ୍ୟାକୁ କୁକୁର ଝୁଣି ପକାଇଲା

ଅନୁଗୋଳ: ପୁରୀ ପରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭୋଗବେରେଣୀ ଗାଁରେ ଆଜି ୪ ବର୍ଷର ଶିଶୁ କନ୍ୟା ପ୍ରିୟାଂଶି ନାୟକ କୁକୁର କାମୁଡ଼ାରେ ଗୁରୁତର ହୋଇଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନ ୨ଟା ବେଳେ ପ୍ରିୟାଂଶି ଘର ପାଖରେ ଖେଳୁଥିଲା। ଏହି ସମୟରେ ୩ଟି ବୁଲା କୁକୁର ତାଙ୍କୁ ଅତର୍କିତ ଆକ୍ରମଣ କରି ଝୁଣି ପକାଇ ଥିଲେ। ଚିତ୍କାର ଶୁଣି ପରିବାର ଲୋକେ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ […]

dog-bite

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 10:29 PM IST

ଅନୁଗୋଳ: ପୁରୀ ପରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭୋଗବେରେଣୀ ଗାଁରେ ଆଜି ୪ ବର୍ଷର ଶିଶୁ କନ୍ୟା ପ୍ରିୟାଂଶି ନାୟକ କୁକୁର କାମୁଡ଼ାରେ ଗୁରୁତର ହୋଇଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଅପରାହ୍ନ ୨ଟା ବେଳେ ପ୍ରିୟାଂଶି ଘର ପାଖରେ ଖେଳୁଥିଲା। ଏହି ସମୟରେ ୩ଟି ବୁଲା କୁକୁର ତାଙ୍କୁ ଅତର୍କିତ ଆକ୍ରମଣ କରି ଝୁଣି ପକାଇ ଥିଲେ। ଚିତ୍କାର ଶୁଣି ପରିବାର ଲୋକେ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ପିଲାର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟୁଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ସନ୍ଦୀପ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ପୁରୀ ଜଗନ୍ନାଥ କଲୋନିରେ ୪ ବର୍ଷର ଶିଶୁ ପୁତ୍ରକୁ କୁକୁର ଝୁଣି ଖାଇବା ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଆବେଦନକାରୀ ଆଇନ୍‌ଜୀବୀ ବିଭୁତି ଚରଣ ମହାନ୍ତିଙ୍କ ପକ୍ଷରୁ ଆଗତ ଏହି ମାମଲାରେ ନଗର ଉନ୍ନୟନ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ପୁରୀ ଜିଲ୍ଲାପାଳ, ଏସ୍‌ପି ଓ ମ୍ୟୁନିସିପାଲିଟିର କମିଶନରଙ୍କୁ ପକ୍ଷଭୁତ କରାଯାଇଛି।

Related story