ସାଧାରଣତନ୍ତ୍ର ଦିବସ ପାଳନ ବେଳେ ୪ ଜଣଙ୍କ ଆତ୍ମାହୂତି ଉଦ୍ୟମ

ଅନୁଗୋଳ: ଅନୁଗୋଳ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଚାଲିଥିବା ବେଳେ ଗୋଟିଏ ପରିବାରର ୪ ଜଣ ଆତ୍ମାହୂତି ଉଦ୍ୟମ କରିଥିଲେ। ସେମାନେ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ସେମାନଙ୍କୁ କାବୁ କରିନେଇଥିଲା। ସେମାନେ ହେଲେ ରାଣିଗୋଡ଼ା ଗାଁର ସନ୍ତୋଷ କୁମାର ଦେହୁରୀ, ତାଙ୍କ ସ୍ତ୍ରୀ ରଞ୍ଜିତା, ଦୁଇ ଝିଅ ଶୁଭସ୍ମିତା ଓ ସୁଚିସ୍ମିତା। ତେବେ ରଞ୍ଜିତା ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସନ୍ତୋଷଙ୍କୁ […]

sucide

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 07:34 PM IST

ଅନୁଗୋଳ: ଅନୁଗୋଳ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଚାଲିଥିବା ବେଳେ ଗୋଟିଏ ପରିବାରର ୪ ଜଣ ଆତ୍ମାହୂତି ଉଦ୍ୟମ କରିଥିଲେ। ସେମାନେ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ସେମାନଙ୍କୁ କାବୁ କରିନେଇଥିଲା। ସେମାନେ ହେଲେ ରାଣିଗୋଡ଼ା ଗାଁର ସନ୍ତୋଷ କୁମାର ଦେହୁରୀ, ତାଙ୍କ ସ୍ତ୍ରୀ ରଞ୍ଜିତା, ଦୁଇ ଝିଅ ଶୁଭସ୍ମିତା ଓ ସୁଚିସ୍ମିତା। ତେବେ ରଞ୍ଜିତା ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସନ୍ତୋଷଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।

ଜମିଜମାକୁ କେନ୍ଦ୍ରକରି ପରିବାର ସମସ୍ତେ ଆତ୍ମାହୂତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

Related story