ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚରେ ହେଲାଣି ମୁଣ୍ଡଫଟା ଖରା। ରାଜ୍ୟରେ ହଠାତ୍ ଉପରମୁହାଁ ହେବାରେ ଲାଗିଛି ପାରଦ। ୩୯.୭ ଡ଼ିଗ୍ରୀ ସହ ଅନୁଗୋଳ ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ୧୨ଟି ସହରରେ ଦିନ ତାପମାତ୍ରା ୩୮ଡ଼ିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ ୩୮.୧ ଡ଼ିଗ୍ରୀ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୬.୩ ଡିଗ୍ରୀ, ଚାନ୍ଦବାଲିରେ ୩୭.୭ ଡିଗ୍ରୀ, କଟକରେ ୩୮.୦ ଡିଗ୍ରୀ, ପାରାଦୀପରେ ୩୨.୭ ଡିଗ୍ରୀ, ଭୁବନେଶ୍ୱରରେ ୩୮.୧ ଡିଗ୍ରୀ, ଗୋପାଳପୁରରେ ୩୨.୬ ଡିଗ୍ରୀ, ପୁରୀରେ ୩୩.୩ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ବାରିପଦାରେ ୩୯.୨ ଡିଗ୍ରୀ, ଝାରସୁଗୁଡ଼ାରେ ୩୭.୬ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୬.୨ ଡିଗ୍ରୀ, ସମ୍ୱଲପୁରରେ ୩୮.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୩.୫ ଡିଗ୍ରୀ, ହୀରାକୁଦରେ ୩୭.୭ ଡିଗ୍ରୀ, ତାଳଚେରରେ ୩୮.୦ ଡିଗ୍ରୀ, ଭବାନୀପାଟଣାରେ ୩୭. ଡିଗ୍ରୀ, କୋରାପୁଟରେ ୩୫.୪ ଡିଗ୍ରୀ, ଫୁଲବାଣୀରେ ୩୬.୮ ଡିଗ୍ରୀ, ଟିଟିଲାଗଡ଼ରେ ୩୯.୦ ଡିଗ୍ରୀ, ମାଲକାନଗିରିରେ ୩୬.୦ ଡିଗ୍ରୀ, ସୋନପୁରରେ ୩୯.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ, ନୟାଗଡ଼ରେ ୩୮.୦ ଡିଗ୍ରୀ, ବୌଦ୍ଧରେ ୩୯.୦ ଡିଗ୍ରୀ, ଛତ୍ରପୁରରେ ୩୪.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୪.୦ ଡିଗ୍ରୀ, ଭଦ୍ରକରେ ୩୮.୨ ଡିଗ୍ରୀ ଓ ଯାଜପୁରରେ ତାପାମାତ୍ରା ୩୮.୦ ଡିଗ୍ରୀ ରେକର୍ଡ କରାଯାଇଛି।
https://twitter.com/mcbbsr/status/1503723829847523331?s=20&t=apHUyOQ0kXhI-d7EHYqgmg