ଅନୀଲ ସାମଲଙ୍କୁ ଥଇଥାନ, ଅବସର ନହେଉଣୁ ଦେଲେ କଟକ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣପ୍ରଶାସନିକ ସେବାରୁ ପଦୋନ୍ନତି ପାଇ ଆଇଏଏସ୍ ହୋଇଥିବା ଅନୀଲ କୁମାର ସାମଲଙ୍କୁ ରାଜ୍ୟ ସରକାର ଆଜି ଥଇଥାନ କରିଛନ୍ତି। ଆଜି ସରକାରୀ ଚାକିରିରୁ ଅବସର ନେଇଥିବା କେନ୍ଦ୍ରାଂଚଳ ଆରଡିସି ଶ୍ରୀ ସାମଲଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ ରାଜ୍ୟ ସରକାର କଟକ ସହରର ଦାୟିତ୍ୱ ନ୍ୟସ୍ତ କରି ସରକାରୀ ପଦବୀରେ ଥଇଥାନ କରିଛନ୍ତି। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ମହାନଗରକୁ ହାତେଇବା ପାଇଁ ବିଜେଡି ସରକାର ଏବେଠୁ ଶ୍ରୀ ସାମଲଙ୍କୁ ଥଇଥାନ କରିଥିବା […]

cmc

cmc

Ordigital Desk
  • Published: Thursday, 30 September 2021
  • Updated: 30 September 2021, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣପ୍ରଶାସନିକ ସେବାରୁ ପଦୋନ୍ନତି ପାଇ ଆଇଏଏସ୍ ହୋଇଥିବା ଅନୀଲ କୁମାର ସାମଲଙ୍କୁ ରାଜ୍ୟ ସରକାର ଆଜି ଥଇଥାନ କରିଛନ୍ତି। ଆଜି ସରକାରୀ ଚାକିରିରୁ ଅବସର ନେଇଥିବା କେନ୍ଦ୍ରାଂଚଳ ଆରଡିସି ଶ୍ରୀ ସାମଲଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ ରାଜ୍ୟ ସରକାର କଟକ ସହରର ଦାୟିତ୍ୱ ନ୍ୟସ୍ତ କରି ସରକାରୀ ପଦବୀରେ ଥଇଥାନ କରିଛନ୍ତି। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ମହାନଗରକୁ ହାତେଇବା ପାଇଁ ବିଜେଡି ସରକାର ଏବେଠୁ ଶ୍ରୀ ସାମଲଙ୍କୁ ଥଇଥାନ କରିଥିବା ଚର୍ଚ୍ଚା।

ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୩ ବ୍ୟାଚ ଆଇଏଏସ୍ କେନ୍ଦ୍ରାଂଚଳ ଆରଡିସି ଅନୀଲ କୁମାର ସାମଲଙ୍କୁ ଅକ୍ଟୋବର ପହିଲା ଅର୍ଥାତ୍ ଆସନ୍ତାକାଲିଠୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ) ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ସେ ଅବସର ବୟସରେ ଉପନୀତ ହେବାରୁ ଆଜି ସେ ସରକାରୀ ଚାକିରିରୁ ଅବସର ନେଇଛନ୍ତି। ଶ୍ରୀ ସାମଲ ସିଡିଏ ଅଧ୍ୟକ୍ଷ ପଦବୀ ସହ ଅତିରିକ୍ତ ଭାବେ କଟକ ମହାନଗର ନିଗମର ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ। କଟକ ମହାନଗର ନିଗମରେ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଶ୍ରୀ ସାମଲ ଏହି ପଦବୀରେ ରହିବେ। ଏହି ନୂଆ ଦାୟିତ୍ୱ ନେବାର ବର୍ଷକ ପର୍ଯ୍ୟନ୍ତ ଅବା ପରବର୍ତ୍ତୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ଶ୍ରୀ ସାମଲ କାର୍ଯ୍ୟ କରିବେ। ତାଙ୍କର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବାବଦ ଅର୍ଥ ସିଡିଏରୁ ଭରଣା କରାଯିବ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ତୃତୀୟ ମହଲା ସହ ଭିତରି ସମ୍ପର୍କ ରଖିଥିବା ଅଫିସରମାନେ ନିଜର ସରକାରୀ ଚାକିରିରୁ ଅବସର ନେବାପରେ ରାଜ୍ୟ ସରକାରରେ ଥଇଥାନ ହେବାର ନୂଆ ପରମ୍ପରା ଗତ କିଛିବର୍ଷ ଧରି ଆରମ୍ଭ ହୋଇଛି । ଶ୍ରୀ ସାମଲ ଅଣପ୍ରଶାସନିକ ସେବାରୁ ପଦୋନ୍ନତି ପାଇ ଆଇଏଏସ୍ ହୋଇଥିଲେ ମଧ୍ୟ ନିଜର ମ୍ୟାନେଜମେଣ୍ଟ ସ୍କିଲ୍ ପାଇଁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଛନ୍ତି। କଟକ ମହାନଗର ନିଗମ ଅଂଚଳରେ ନିଜର ଦୁର୍ବଳ ସାଂଗଠନିକ ସ୍ଥିତି ଓ ଭୋଟରଙ୍କ ମଧ୍ୟରେ ଆକ୍ରୋଶ ରହିଥିବାବେଳେ ପୌର ନିର୍ବାଚନ ପୂର୍ବରୁ ବିଜେଡି ସପକ୍ଷରେ ମାହୋଲ ସୃଷ୍ଟି ନିମନ୍ତେ ଶ୍ରୀ ସାମଲଙ୍କ ଭଳି ଅଫିସରଙ୍କୁ ଅବସର ପରେ ଥଇଥାନ କରାଯାଇଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story