ମୁଁ ମରିବାକୁ ଚାହୁଁଛି, ମୋତେ ଇଚ୍ଛାମୃତ୍ୟୁ ଦିଅ...

ଭବାନୀପାଟଣା (ରାଜକୁମାର ସିଂଦେଓ): ଅସହ୍ୟ ହେଉଛି ଯନ୍ତ୍ରଣା। ସେଥିପାଇଁ ଚାହୁଁଛି ଇଚ୍ଛା ମୃତ୍ୟୁ। ଚାଲିବୁଲି ପାରୁନଥିବାରୁ ମୋ’ ପାଇଁ ବାପା-ମାଆ ବହୁ କଷ୍ଟ ପାଉନାହାନ୍ତି। ସେମାନଙ୍କ ଦୁଃଖ ଓ କଷ୍ଟ ମୁଁ ଦେଖି ପାରୁନାହିଁ। ତେଣୁ ଇଚ୍ଛା ମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌.ଭି. ରମନ୍ନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅନୀଲ୍‌ ଶିଖା। ଭବାନୀପାଟଣା […]

Kalahindi

Manoranjan Sial
  • Published: Saturday, 27 November 2021
  • , Updated: 27 November 2021, 06:21 PM IST

ଭବାନୀପାଟଣା (ରାଜକୁମାର ସିଂଦେଓ): ଅସହ୍ୟ ହେଉଛି ଯନ୍ତ୍ରଣା। ସେଥିପାଇଁ ଚାହୁଁଛି ଇଚ୍ଛା ମୃତ୍ୟୁ। ଚାଲିବୁଲି ପାରୁନଥିବାରୁ ମୋ’ ପାଇଁ ବାପା-ମାଆ ବହୁ କଷ୍ଟ ପାଉନାହାନ୍ତି। ସେମାନଙ୍କ ଦୁଃଖ ଓ କଷ୍ଟ ମୁଁ ଦେଖି ପାରୁନାହିଁ। ତେଣୁ ଇଚ୍ଛା ମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌.ଭି. ରମନ୍ନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅନୀଲ୍‌ ଶିଖା।

ଭବାନୀପାଟଣା ବ୍ଲକ୍‌ ମାଦିଗୁଡା ପଞ୍ଚାୟତ ଚିକିଲି ଗାଁ ଯଦୁବନ ଶିଖାଙ୍କ ଦ୍ୱିତୀୟ ପୁଅ ହେଉଛନ୍ତି ଅନୀଲ୍‌। ଭବାନୀପାଟଣାରେ ରିକ୍ସା ଟାଣି ଯାହା ଇନ୍‌କମ୍‌ କରନ୍ତି ସେଥିରେ ଦୁଃଖ କଷ୍ଟରେ ଚଳନ୍ତି ପୂରା ପରିବାର। ୨୦୧୫ ମସିହାରେ ଯୁକ୍ତ ଦୁଇରେ ପଢ଼ୁଥିବା ଅନୀଲ୍‌ ବାଇକ୍‌ ଦୁର୍ଘଟଣାରେ ଶିକାର ହୁଅନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ବାହାରର କ୍ଷତ ଶୁଖିଗଲା। ହେଲେ ଭାଙ୍ଗି ଯାଇଥିବା ମେରୁଦଣ୍ଡ ଠିକ୍‌ ହେଲାନି। ତେଣୁ ସେ ବସି ଉଠି ପାରୁନାହାନ୍ତି। ସବୁବେଳେ ଶୋଇ ରହୁଛନ୍ତି।

ସେପଟେ ବାପା ଯଦୁବନଙ୍କ ପାଖରେ ଏତେ ପଇସାହିଁ ଯେ ପୁଅକୁ ଭଲ ଡାକ୍ତରଖାନା ନେଇପାରିବେ। ତଥାପି ସ୍ୱଳ୍ପ ରୋଜଗାରରୁ ଯାହା ସଞ୍ଚୟ କରି ରଖିଥିଲେ, ସେଥିରେ ପୁଅକୁ ବୁର୍ଲା ଓ କଟକ ବଡ଼ ମେଡ଼ିକାଲ୍‌ରେ ଡାକ୍ତରଙ୍କୁ ଦେଖାଇଥିଲେ। ଏପରିକି ରାଜ୍ୟ ସରକାରଙ୍କ ବିଏସ୍‌କେୱାଇ କାର୍ଡ ଦେଖାଇଥିଲେ ମଧ୍ୟ ଚିକିତ୍ସା ସୁବିଧା ମିଳିନଥିଲା। ବେସରକାରୀ ଡାକ୍ତରଖାନାକୁ ରେଫର କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଅଣ୍ଟିରେ ଧନ ନଥିବାରୁ ରୋଗୀ ପୁଅକୁ ଧରି ଘରକୁ ଫେରିଲେ ଯଦୁବନ। ଏବେ ସେ ସେମିତି ଶୋଇ ରହିଛନ୍ତି। ଅସହ୍ୟ ହେଉଛି ଶରୀରର ଯନ୍ତ୍ରଣା। 

ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ଇଚ୍ଛା ମୃତ୍ୟୁ ଚାହୁଁଛନ୍ତି ଅନୀଲ୍‌। ସେଥିପାଇଁ ସେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌.ଭି. ରମନ୍ନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଅନୀଲ୍‌ ଲେଖିଥିବା ଇଚ୍ଛା ମୃତ୍ୟୁ ଚିଠିକୁ ରେଜିଷ୍ଟି ଡାକରେ ପଠାଇଛନ୍ତି। ଚିଠି ଗୁଡ଼ିକ ପହଞ୍ଚିଥିବା ଜଣାପଡ଼ିଛି।

Related story