ଅନିରୁଦ୍ଧ ପଣ୍ଡାଙ୍କୁ ମିଳିଲା ଜାମିନ, ରାତି ଅଧରେ ଉଠାଇନେଇଥିଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରୁଅ ଜମି ମାମଲାରେ ପୁଲିସର ମାତ୍ରାଧିକ ଆକ୍ରୋଶକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ସାରୁଅ ସାଇଟ୍ ଇନ୍‌ଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜାମିନ ମିଳିଛି। ଅନିରୁଦ୍ଧଙ୍କୁ ଜାମିନ ମଂଜୁର କଲେ ଖୋର୍ଦ୍ଧା ADJ-2 କୋର୍ଟ। ଗତକାଲି ରାତି ଅଧିଆ ଅନିରୁଦ୍ଧଙ୍କୁ ଗିରଫ କରାଯାଇଥିଲା, ସାରୁଅ ଷ୍ଟୁଡିଓ ପାଚେରୀ ଡେଇଁ ପୁଲିସ ଉଠାଇ ଆଣିଥିଲା। ସୂଚନା ଅନୁଯାୟୀ, ଗତକାଲି ରାତି ଅଧିଆ ପୋଲିସ୍‌ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର […]

otv

Tapas Behera
  • Published: Tuesday, 10 November 2020
  • , Updated: 10 November 2020, 07:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରୁଅ ଜମି ମାମଲାରେ ପୁଲିସର ମାତ୍ରାଧିକ ଆକ୍ରୋଶକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ସାରୁଅ ସାଇଟ୍ ଇନ୍‌ଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜାମିନ ମିଳିଛି। ଅନିରୁଦ୍ଧଙ୍କୁ ଜାମିନ ମଂଜୁର କଲେ ଖୋର୍ଦ୍ଧା ADJ-2 କୋର୍ଟ। ଗତକାଲି ରାତି ଅଧିଆ ଅନିରୁଦ୍ଧଙ୍କୁ ଗିରଫ କରାଯାଇଥିଲା, ସାରୁଅ ଷ୍ଟୁଡିଓ ପାଚେରୀ ଡେଇଁ ପୁଲିସ ଉଠାଇ ଆଣିଥିଲା।

ସୂଚନା ଅନୁଯାୟୀ, ଗତକାଲି ରାତି ଅଧିଆ ପୋଲିସ୍‌ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି। ରାତିରେ ଅନିରୁଦ୍ଧ ଶୋଇଥିବା ସମୟରେ୧୫ରୁ ୨୦ ଜଣ ପୋଲିସ୍‌ ସଦଳବଳ କ୍ୟାମ୍ପସର କାନ୍ଥ ଡେଇଁ ଆସିବା ସହ କବାଟ ଭାଙ୍ଗି ତାଙ୍କ ରୁମ୍‌ ଭିତରକୁ ଧସେଇ ପଶିଥିଲେ। ପେଶାଗତ ଅପରାଧୀଙ୍କ ଭଳି ପୁଲିସ ତାଙ୍କୁ ହଠାତ ସେଠାରୁ ତାଙ୍କୁ ଉଠାଇ ନେଇଥିଲା। ସାରୁଅ ଜମି ମାମଲା ସମ୍ପର୍କିତ ଏକ ପୁରୁଣା ମାମଲାରେ ପୋଲିସ୍‌ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି।

ପୂର୍ବରୁ ଏହି ମାମଲାରେ ପୋଲିସ୍‌ର ନୋଟିସ ମୁତାବକ ଅନିରୁଦ୍ଧ ଏକାଧିକ ବାର ପୁଲିସ ନିକଟରେ ହାଜର ହୋଇଥିଲେ ଏବଂ ତଦନ୍ତ ପ୍ରକ୍ରିୟାରେ ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରି ଆସିଛନ୍ତି। ଏହା ସତ୍ତ୍ୱେ ବି ଯେଉଁଭଳି ଢଙ୍ଗରେ ରାତି ଅଧିଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁଭଳି ଢଙ୍ଗରେ ପୁଲିସ ତାଙ୍କୁ ଉଠାଇ ନେଲା ଏଥିରୁ ପୁଲିସ ଆକ୍ରୋଶ ମୂଳକ ଭାବେ କାମ କରୁଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି। ସେଠାରେ ଥିବା ଅନ୍ୟ କର୍ମଚାରୀଙ୍କ ସୂଚନା ଅନୁସାରେ ପୁଲିସ ତାଙ୍କୁ ଏଭଳି ଭାବେ ଉଠାଇ ନେଇଥିବା ସୂଚନା ଦେଇଥିଲେ।

Related story