ୱେବସିରିଜ୍‌କୁ ଅଞ୍ଜନାଙ୍କ ବିରୋଧ, ବନ୍ଦ କରିବାକୁ ଦେଲେ ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ଓଟିଟି ପ୍ଲାଟଫର୍ମରେ ନିର୍ମାଣ ହେଉଥିବା ୱେବସିରିଜ୍ ବିରୋଧରେ ଅଭିଯୋଗ ଆଣିଲେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡିତା ଅଞ୍ଜନା ମିଶ୍ର। ଅଞ୍ଜନାଙ୍କ ଅଭିଯୋଗ, ତାଙ୍କ ଅଜାଣତରେ ତାଙ୍କ ଜୀବନ କାହାଣୀ ଉପରେ ତିଆରି ହେଉଛି ୱେବସିରିଜ୍। ୱେବସିରିଜ୍ ନିର୍ମାଣକାରୀ ସଂସ୍ଥା ଏ ବିଷୟରେ ଅଞ୍ଜନାଙ୍କ ସହ ନା କଥା ହୋଇଛନ୍ତି ନା ତାଙ୍କର ଅନୁମତି ନେଇଛନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ର୍ନିମାଣକାରୀ ସଂସ୍ଥା ୱେବସିରିଜ୍ ତିଆରି କରୁଥିବା ସମ୍ପର୍କରେ ସେ ଖବରକାଗଜରୁ ଜାଣିବା ପରେ […]

anjana

  • Published: Monday, 26 September 2022
  • , Updated: 26 September 2022, 05:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ଓଟିଟି ପ୍ଲାଟଫର୍ମରେ ନିର୍ମାଣ ହେଉଥିବା ୱେବସିରିଜ୍ ବିରୋଧରେ ଅଭିଯୋଗ ଆଣିଲେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡିତା ଅଞ୍ଜନା ମିଶ୍ର। ଅଞ୍ଜନାଙ୍କ ଅଭିଯୋଗ, ତାଙ୍କ ଅଜାଣତରେ ତାଙ୍କ ଜୀବନ କାହାଣୀ ଉପରେ ତିଆରି ହେଉଛି ୱେବସିରିଜ୍।

ୱେବସିରିଜ୍ ନିର୍ମାଣକାରୀ ସଂସ୍ଥା ଏ ବିଷୟରେ ଅଞ୍ଜନାଙ୍କ ସହ ନା କଥା ହୋଇଛନ୍ତି ନା ତାଙ୍କର ଅନୁମତି ନେଇଛନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ର୍ନିମାଣକାରୀ ସଂସ୍ଥା ୱେବସିରିଜ୍ ତିଆରି କରୁଥିବା ସମ୍ପର୍କରେ ସେ ଖବରକାଗଜରୁ ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି।

ନିର୍ମାଣ କରାଯାଉଥିବା ୱେବସିରିଜ୍ ତୁରନ୍ତ ବନ୍ଦ ନକଲେ ସେ ଆଇନର ଆଶ୍ରୟ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି। ସେପଟେ ଅଞ୍ଜନା ମିଶ୍ରଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ୱେବ ସିରିଜ ନିର୍ମାତା ଅକ୍ଷୟ ପରିଜା।

ଶ୍ରୀ ପରିଜା କହିଛନ୍ତି, ‘ବାରଙ୍ଗ ୧୯୯୯’ ଏଭଳି ଏକ ବିଷୟ ଉପରେ ଆଧାରିତ, ଯେଉଁଠାରେ ଦର୍ଶକ ନିଜକୁ ଖୋଜି ପାଇବେ। ଏହି ବିଷୟ କାହାରି ବ୍ୟକ୍ତିଗତ ଘଟଣାକୁ ନେଇ କରାଯାଇନି। ଯେଉଁଥିରେ କି ନ୍ୟାୟ ବ୍ୟବସ୍ଥା ଓ ପୁଲିସ ବ୍ୟବସ୍ଥାର ଶକ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। କିପରି ଏହା ଜରିଆରେ ଗରିବ ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ହୁଏ, ତାହାକୁ ନେଇ ଏହି କାହାଣୀ କରାଯାଇଛି।

Related story