ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୧୧୮୮୧ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୬୭୦୫୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1399006899647877123?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଆଗରେ ଖୋର୍ଦ୍ଧା ରହିଛି। ଏଠାରୁ ଆଜି ୧୬୯୦ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୧୫୪, କଟକରୁ ୧୦୬୬, ସୁନ୍ଦରଗଡ଼ରୁ ୭୧୩, ଯାଜପୁରରୁ ୬୪୭, ମୟୂରଭଞ୍ଜରୁ ୬୩୩, ବାଲେଶ୍ୱରରୁ ୫୧୦, କଳାହାଣ୍ଡିରୁ ୪୮୨, ପୁରୀରୁ ୪୭୧, ନବରଙ୍ଗପୁରରୁ ୩୫୪, ଜଗତସିଂହପୁରରୁ ୩୨୧, ବରଗଡ଼ରୁ ୩୦୦, ବଲାଙ୍ଗିରରୁ ୨୯୭, ସମ୍ୱଲପୁରରୁ ୨୯୨, କେନ୍ଦ୍ରାପଡ଼ାରୁ ୨୮୫, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୨୧୬, କୋରପୁଟରୁ ୨୧୪, ଝାରସୁଗୁଡ଼ାରୁ ୨୧୧, ରାୟଗଡ଼ାରୁ ୧୯୦, ଭଦ୍ରକରୁ ୧୭୭, ଗଞ୍ଜାମରୁ ୧୭୬, ସୋନପୁରରୁ ୧୫୮, ବୌଦ୍ଧରୁ ୧୨୪, ଢେଙ୍କାନାଳରୁ ୧୨୦, କନ୍ଧମାଳରୁ ୧୧୧, ମାଲକାନଗିରିରୁ ୧୦୮, ଗଜପତିରୁ ୧୦୧, ଦେବଗଡ଼ରୁ ୯୮, ନୂଆପଡ଼ାରୁ ୮୫ ଓ ଷ୍ଟେଟ୍ ପୁଲରୁ ୩୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
https://twitter.com/HFWOdisha/status/1399006909403787268?s=20