ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କାରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୮୨ରେ ପହଞ୍ଚିଯାଇଛି। 2. A 63 year old male of Cuttack district who was also suffering from Diabetes & Hypertension. 3.A 35 year old male of Ganjam who was also suffering […]

corona-3.1

Jitendra Garnayak
  • Published: Sunday, 30 August 2020
  • , Updated: 30 August 2020, 11:07 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୮୨ରେ ପହଞ୍ଚିଯାଇଛି।

ମୃତକଙ୍କ ମଧ୍ୟରେ ଗଞ୍ଜାମର ୪ ଜଣ ଥିବାବେଳେ ଭୁବନେଶ୍ୱର, କଟକ, ଯାଜପୁର, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।


ଆଉ ୪ ଜଣଙ୍କ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୮୯ରେ ପହଞ୍ଚିଯାଇଛି, ଯାହା ରାଜ୍ୟରେ ସର୍ବାଧିକ। ସେହିପରି କଟକରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଥିବା ବେଳେ ଯାଜପୁରରେ ୬, ଖୋର୍ଦ୍ଧାରେ ୬୨, ମାଲକାନଗିରିରେ ୭, ନବରଙ୍ଗପୁରରେ ୨, ପୁରୀରେ ୧୩, ରାୟଗଡ଼ାରେ ୨୩ ଓ ସୁନ୍ଦରଗଡ଼ରେ ୩୫ରେ ପହଞ୍ଚିଛି।


ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୦,୭୧୪ ଜଣ ସୁସ୍ଥ ହୋଇସାରିଛନ୍ତି। ୨୯,୬୮୫ ଜଣ ଚିକିତ୍ସାଧୀନ ଅଛନ୍ତି।

Related story