ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ରେ ପହଞ୍ଚି ଯାଇଛି।
3.A 77-year old male of Bargarh who was also suffering from Diabetes.
4.A 45-year old male of Bhubaneswar who was also suffering from Diabetes & hypertension.
5.A 77-year old female of Bhubaneswar who was also suffering from Diabetes & hypertension.
— H & FW Dept Odisha (@HFWOdisha) August 29, 2020
ବାଲେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ମାଲକାନଗିରିରେ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ବରଗଡ଼, ଯାଜପୁର, ପୁରୀ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟିଛି।
9.A 56-year old male of Jagatsinghpur district who was also suffering from Diabetes & hypertension.
10.A 58-year old male of Jajpur district who was also suffering from Diabetes.
— H & FW Dept Odisha (@HFWOdisha) August 29, 2020
ଏହା ସହିତ ବାଲେଶ୍ୱରରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ବରଗଡ଼ରେ ୯, କଟକରେ ୩୦, ଜଗତସିଂହପୁରରେ ୪, ଯାଜପୁରରେ ୫, ଖୋର୍ଦ୍ଧାରେ ୬୧, ମାଲକାନଗିରିରେ , ପୁରୀରେ ୧୨ ଓ ସୁନ୍ଦରଗଡ଼ରେ ୩୪ରେ ପହଞ୍ଚିଛି। ଏଯାବତ୍ କରୋନାରେ ସବୁଠୁ ଅଧିକ ମୃତ୍ୟୁ ଘଟିଛି ଗଞ୍ଜାମ ଜିଲ୍ଲାରେ। ଏଠାରେ ୧୮୫ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।
14.A 72-year old male of Sundergarh who was also suffering from Diabetes & hypertension.
— H & FW Dept Odisha (@HFWOdisha) August 29, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ରେ ପହଞ୍ଚି ଯାଇଥିବା ବେଳେ ୬୭,୮୨୬ ଜଣ ସୁସ୍ଥ ହୋଇସାରିଲେଣି। ୨୯,୭୫୧ ଜଣ ଚିକିତ୍ସାଧୀନ ରହିଛନ୍ତି।