ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୧୪୬୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨,୮୩,୫୩୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1324352898298376193?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ ଅଛନ୍ତି। ସେହିପରି ବାଲେଶ୍ୱରରୁ ୧୧୦, କଟକରୁ ୧୦୭, ସୁନ୍ଦରଗଡ଼ରୁ ୯୭, ଜଗତସିଂହପୁରରୁ ୯୩, କେନ୍ଦୁଝରରୁ ୯୦, ଅନୁଗୋଳରୁ ୮୪, ବଲାଙ୍ଗିରରୁ ୬୭, ମୟୂରଭଞ୍ଜରୁ ୬୦, ନୂଆପଡ଼ାରୁ ୬୦, କେନ୍ଦ୍ରାପଡ଼ାରୁ ୫୦, ଢେଙ୍କାନାଳରୁ ୪୧, କଳାହାଣ୍ଡିରୁ ୪୦, ନୟାଗଡ଼ରୁ ୩୫, ଝାରସୁଗୁଡ଼ାରୁ ୩୩, ବରଗଡ଼ରୁ ୩୨, ପୁରୀରୁ ୩୨, ଯାଜପୁରରୁ ୨୯, ନବରଙ୍ଗପୁରରୁ ୨୮, ଗଞ୍ଜାମରୁ ୨୬, ସମ୍ବଲପୁରରୁ ୨୩, କୋରାପୁଟରୁ ୨୨, କନ୍ଧମାଳରୁ ୧୯, ବୌଦ୍ଧରୁ ୧୫, ଭଦ୍ରକରୁ ୧୪, ସୁବର୍ଣ୍ଣପୁରରୁ ୧୩, ଦେବଗଡ଼ରୁ ୧୧, ମାଲକାନଗିରିରୁ ୧୧
ଗଜପତିରୁ ୧୦, ରାୟଗଡ଼ାରୁ ୮ ଓ ଷ୍ଟେଟପୁଲରୁ ୩୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।