ଆରୋଗ୍ୟ ହେଲେ ୧୫୦୩ କରୋନା ଆକ୍ରାନ୍ତ; କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସମଗ୍ର ରାଜ୍ୟରେ ୪୪୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୪୭୬୩୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 1503 Covid patients have recovered and are being discharged on 19.04.2021 352 from Sundargarh191 from Khordha125 from Nuapada77 […]

corona testing

Manoranjan Sial
  • Published: Monday, 19 April 2021
  • , Updated: 19 April 2021, 06:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସମଗ୍ର ରାଜ୍ୟରେ ୪୪୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୪୭୬୩୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1384120789725630469?s=20

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୫୨ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୯୧, ନୂଆପଡ଼ାରୁ ୧୨୫, ସମ୍ୱଲପୁରରୁ ୭୭, ନବରଙ୍ଗପୁରରୁ ୬୮, ବଲାଙ୍ଗିରରୁ ୫୯, ବରଗଡ଼ରୁ ୫୧, କଟକରୁ ୫୧, କେନ୍ଦୁଝରରୁ ୪୯, ମୟୂରଭଞ୍ଜରୁ ୪୯, କଳାହାଣ୍ଡିରୁ ୪୬, ପୁରୀରୁ ୪୪,  ଗଞ୍ଜାମରୁ ୩୧, ରାୟଗଡ଼ାରୁ ୩୧, ଭଦ୍ରକରୁ ୩୦, ଦେବଗଡ଼ରୁ ୨୯, ଅନୁଗୋଳରୁ ୨୭, ଝାରସୁଗୁଡ଼ାରୁ ୨୩, ଗଜପତିରୁ ୧୯, ଯାଜପୁରରୁ ୧୯, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୫, ସୋନପୁରରୁ ୧୫, ନୟାଗଡ଼ରୁ ୧୩, କୋରାପୁଟରୁ ୭, ମାଲକାନଗିରିରୁ ୬, ଢେଙ୍କାନାଳରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୪ ଓ ଷ୍ଟେଲ୍‌ ପୁଲରୁ ୪୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Related story