ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ସୁସ୍ଥ ହେଲେ ୧୬୨୧ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୪୬୯୩୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି।
https://twitter.com/HFWOdisha/status/1296097781958864897?s=20
୧୬୨୧ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୪ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୬୫, ଗଜପତିରୁ ୧୨୭, କଟକରୁ ୧୧୦, ପୁରୀ ୮୫, କୋରାପୁଟ ୬୯, ନୂଆପଡ଼ା ୬୮, ବାଲେଶ୍ୱରରୁ ୮୮, ନୟାଗଡ଼ରୁ ୬୨, ବରଗଡ଼ରୁ ୫୪, କଳାହାଣ୍ଡିରୁ ୪୩, ସୁନ୍ଦରଗଡ଼ରୁ ୪୧, କନ୍ଧମାଳରୁ ୨୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡ଼ାରୁ ୨୩ ଓ ଭଦ୍ରକରୁ ୨୨ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ବଲାଙ୍ଗିର ୨୨, ମୟୂରଭଞ୍ଜ ୨୧, ଝାରସୁଗୁଡ଼ା ୨୦ ରାୟଗଡ଼ା ୧୮, କେନ୍ଦୁଝର ୧୭ ସମ୍ବଲପୁର ୧୪ ବୌଦ୍ଧ ୧୧ ଓ ନବରଙ୍ଗପୁର ୮ ଜଣ, ଜଗତସିଂହପୁରରୁ ୩ ସୋନପୁରରୁ ୨ ଓ ଅନୁଗୋଳରୁ ୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।