କାଶୀପୁରରେ ବେକାବୁ ହେଲାଣି ହଇଜା; ମୃତକଙ୍କ ସଂଖ୍ୟା ୧୦ ଛୁଇଁଲା

ରାୟଗଡ଼ା(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜା ସ୍ଥିତି ନିୟନ୍ତ୍ରଣକୁ ଆସିବା ନାଁ ଧରୁନି। ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ୱେ ପୁଣି ୨ ହଇଜା ଆକ୍ରାନ୍ତ ଆଖି ବୁଜିଛନ୍ତି। ମୃତକ ୨ ଜଣ ମହିଳା ବୋଲି ଜଣାପଡ଼ିଛି।  ଫଳରେ କାଶୀପୁରରେ ସମୁଦାୟ ହଇଜା ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ୨ ମୃତକଙ୍କ ମଧ୍ୟରେ ହାଡ଼ିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଥିବା ବେଳେ ଟିକିରି ପଞ୍ଚାୟତ ଜାମୁଗୁଡ଼ରେ ଆଉ ଜଣେ ମହିଳା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏବେ […]

kashipur

  • Published: Wednesday, 27 July 2022
  • , Updated: 27 July 2022, 12:15 PM IST

ରାୟଗଡ଼ା(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜା ସ୍ଥିତି ନିୟନ୍ତ୍ରଣକୁ ଆସିବା ନାଁ ଧରୁନି। ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ୱେ ପୁଣି ୨ ହଇଜା ଆକ୍ରାନ୍ତ ଆଖି ବୁଜିଛନ୍ତି। ମୃତକ ୨ ଜଣ ମହିଳା ବୋଲି ଜଣାପଡ଼ିଛି।  ଫଳରେ କାଶୀପୁରରେ ସମୁଦାୟ ହଇଜା ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି।

୨ ମୃତକଙ୍କ ମଧ୍ୟରେ ହାଡ଼ିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଥିବା ବେଳେ ଟିକିରି ପଞ୍ଚାୟତ ଜାମୁଗୁଡ଼ରେ ଆଉ ଜଣେ ମହିଳା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏବେ ସୁଦ୍ଧା କାଶୀପୁରରେ ୩ଶହରୁ ଅଧିକ ହଇଜା ଆକ୍ରାନ୍ତ ଥିବା ବେଳେ  ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ପ୍ରାୟ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେଲା କାଶୀପୁରରେ ହଇଜା ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ଏହା ଥମିବା ନାଁ ଧରୁନି । ଏବେ  କାଶୀପୁରର  ୧୫ପଞ୍ଚାୟତର ୧୮୦ରୁ ଊର୍ଦ୍ଧ୍ୱ ଗାଁକୁ  ବ୍ୟାପି ସାରିଲାଣି ହଇଜା ।

କାଶୀପୁରରେ ହଇଜା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ  ଇତି ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ବରିଷ୍ଠ ଅଧିକାରୀ କାଶୀପୁର ପରିଦର୍ଶନ କରି ସାରିଲେଣି। ସେଠାରେ ୯ରୁ ଅଧିକ ମେଡିକାଲ ଟିମ୍‌ ଅଛନ୍ତି। ହେଲେ ତାହା ଯଥେଷ୍ଠ ନୁହେଁ ବୋଲି ଆଲୋଚନା ହେଉଛି। ଯେଉଁ କାରଣରୁ କାଶୀପୁରରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସୁନି ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଯାହାକି ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି।

ଯେଉଁଠି ହଇଜା ବ୍ୟାପୁଛି ସେଠାରେ ମେଡିକାଲ ଟିମ୍‌ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ସୁବିଧା ଯୋଗାଉଛନ୍ତି, ହେଲେ ଯେଉଁଠି ନ ବ୍ୟାପୁଛି ସେଠାରେ  ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଯେଉଁ କାରଣରୁ କାଶୀପୁରରେ ହଇଜା ବେକାବୁ ହେଉଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

Related story