ମିଠା ଦୋକାନୀ ହତ୍ୟା ମାମଲା; ପୁଣି ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାମନ୍ତରାପୁରରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା ମାମଲାରେ  ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ପୁଣି ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌।  ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ଶତ୍ରୁତା ଯୋଗୁ ଏପରି  କାଣ୍ଡ ଘଟିଥିବା ବେଳେ ଗିରଫଦ୍ୱୟ ସୁପାରୀ କିଲର୍ କି ନାହିଁ ତାହାର ତଦନ୍ତ ତାଲିଥିବା କହିଛନ୍ତି ପୁଲିସ୍‌  କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଆଜି ସାମ୍ବାଦିକ ସମ୍ମିଳନୀରେ ପୁରା ମାମଲା ଉପରୁ ପରଦା ହଟାଇପାରେ କମିଶନରେଟ୍ […]

muredr

Niharika Rout
  • Published: Monday, 12 October 2020
  • , Updated: 12 October 2020, 09:39 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାମନ୍ତରାପୁରରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା ମାମଲାରେ  ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ପୁଣି ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌।  ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ଶତ୍ରୁତା ଯୋଗୁ ଏପରି  କାଣ୍ଡ ଘଟିଥିବା ବେଳେ ଗିରଫଦ୍ୱୟ ସୁପାରୀ କିଲର୍ କି ନାହିଁ ତାହାର ତଦନ୍ତ ତାଲିଥିବା କହିଛନ୍ତି ପୁଲିସ୍‌  କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଆଜି ସାମ୍ବାଦିକ ସମ୍ମିଳନୀରେ ପୁରା ମାମଲା ଉପରୁ ପରଦା ହଟାଇପାରେ କମିଶନରେଟ୍ ପୁଲିସ୍‌।

ଅଭିଯୋଗରୁ ପ୍ରକାଶ, ସାମନ୍ତରାପୁରରେ ଦିଲୁ ଏକ ମିଠା ଦୋକାନ କରିଥିଲେ। ତାଙ୍କ ପାଖରେ ଜମ୍ୱୁ କାମ କରୁଥିଲେ। କିଛି ଦିନ ତଳେ ଦିଲୁଙ୍କ ଦୋକାନ ଛାଡ଼ି ଜମ୍ବୁ ନିଜେ ଏକ ମିଠା ଦୋକାନ କରିଥିଲେ। ଯାହାଫଳରେ ଦିଲୁଙ୍କ ବେପାର ମାନ୍ଦା ହୋଇଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ  ଗତ ୪ ତାରିଖରେ ଦିଲୁ ଫାର୍ସାରେ ଜମ୍ୱୁକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲା।ପରେ ବାଇକ୍‌ରେ ବସି ସେଠୁ ଚମ୍ପଟ୍ ମାରିଥିଲେ । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related story