ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୦୩୯ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୫୩୦୮୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1420723596331085835?s=20
ମହାମାରୀ କରୋନାରୁ ଖୋର୍ଦ୍ଧାରୁ ସର୍ବାଧିକ ୫୪୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୨୫, ଭଦ୍ରକରୁ ୧୭୧, ଯାଜପୁରରୁ ୧୨୯, କେନ୍ଦ୍ରାପଡ଼ାରୁ ୧୧୦, ପୁରୀରୁ ୧୦୦, ଜଗତସିଂହପୁରରୁ ୯୦, ମୟୂରଭଞ୍ଜରୁ ୮୯, ବାଲେଶ୍ୱରରୁ ୮୨, ନୟାଗଡ଼ରୁ ୭୧, ଅନୁଗୋଳରୁ ୬୫, ଢେଙ୍କାନାଳରୁ ୫୭, ମାଲକାନଗିରିରୁ ୨୭, କନ୍ଧମାଳରୁ ୨୩, କେନ୍ଦୁଝରରୁ ୨୨, ସମ୍ୱଲପୁରରୁ ୨୨, ରାୟଗଡ଼ାରୁ ୧୯, ସୁନ୍ଦରଗଡ଼ରୁ ୧୫, ବୌଦ୍ଧରୁ ୧୦, କଳାହାଣ୍ଡିରୁ ୯, ବରଗଡ଼ରୁ ୮, ବଲାଙ୍ଗିରରୁ ୮, କୋରାପୁଟରୁ ୮, ସୋନପୁରରୁ ୮, ଗଜପତିରୁ ୭, ଦେବଗଡ଼ରୁ ୬, ଗଞ୍ଜାମରୁ ୪, ନବରଙ୍ଗପୁରରୁ ୪, ନୂଆପଡ଼ାରୁ ୨ ଓ ଷ୍ଟେଟ୍ପୁଲରୁ ୧୧୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
https://twitter.com/HFWOdisha/status/1420723603633414147?s=20