୧୧ ଜିଲ୍ଲାରୁ କରୋନା ନେଲା ୨୧ ଜୀବନ, କେବଳ ୨ଟି ଜିଲ୍ଲାରୁ ୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି। ୧୧ଟି ଜିଲ୍ଲାରୁ ଏହି ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳ ଜିଲ୍ଲାରୁ ୩ ଜଣଙ୍କ […]

corona

Jitendra Garnayak
  • Published: Saturday, 15 May 2021
  • , Updated: 15 May 2021, 09:29 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି।

୧୧ଟି ଜିଲ୍ଲାରୁ ଏହି ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳ ଜିଲ୍ଲାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି, କେନ୍ଦ୍ରାପଡ଼ା,ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ବୌଦ୍ଧ, ଗଜପତି,କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଆଉ ୪ ଜଣଙ୍କ ମୃତ୍ୟୁ ପରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୪କୁ ବୃଦ୍ଧି ପାଇଛି, ଯାହା ରାଜ୍ୟରେ ସର୍ବାଧିକ। ଅନୁଗୋଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବା ବେଳେ କଳାହାଣ୍ଡିରେ ୬୬, କେନ୍ଦ୍ରାପଡ଼ାରେ ୩୪,ପୁରୀରେ ୧୪୧, ରାୟଗଡ଼ାରେ ୮୨ ଓ ସୁନ୍ଦରଗଡ଼ରେ ୨୨୧ ହୋଇଛି।

ବୌଦ୍ଧରେ ୨୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଗଜପତିରେ ୪୦, କୋରାପୁଟରେ ୨୧ ଓ ନୂଆପଡ଼ାରେ ୩୮ ଜଣ ଜୀବନ ହରାଇଛନ୍ତି।

ସୂଚନାଯୋଗ୍ୟ, ଘାତକ ସାଜିଲାଣି ମେ’ ମାସ। ଗତ ୪ ତାରିଖରୁ ଆଜି ମଧ୍ୟରେ କେବଳ ୨୨୧ ଜୀବନ ନେଲାଣି କରୋନା।

ଏହାବ୍ୟତୀତ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର କରିଥିବା ବେଳେ ଏବେ ଲକ୍ଷେରୁ ଅଧିକ ଚିକିତ୍ସାଧୀନ ଅଛନ୍ତି।

Related story