ଆରୋଗ୍ୟ ହେଲେ ୨୧୫୦ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକରେ ସୁସ୍ଥ ହେଲେ ୨୧୫୦ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୬୫,୩୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୪୩୫ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ୱରରୁ ୧୦୧, ଗଜପତିରୁ […]

corona-3.1

Manoranjan Sial
  • Published: Thursday, 27 August 2020
  • , Updated: 27 August 2020, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକରେ ସୁସ୍ଥ ହେଲେ ୨୧୫୦ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୬୫,୩୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୪୩୫ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ୱରରୁ ୧୦୧, ଗଜପତିରୁ ୮୯, ମାଲକାନଗିରିରୁ ୭୫, ସୁନ୍ଦରଗଡ଼ରୁ ୭୨, ସମ୍ବଲପୁରରୁ ୬୪, ବଲାଙ୍ଗିରରୁ ୫୧, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୪୭ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1298985872512016386?s=20

ସେହିପରି ଭଦ୍ରକରୁ ୪୩, ଝାରସୁଗୁଡ଼ାରୁ ୪୨, ସୁବର୍ଣ୍ଣପୁରରୁ ୩୮, ବରଗଡ଼ରୁ ୩୬, ନୟାଗଡ଼ରୁ ୩୩, ବୌଦ୍ଧରୁ ୩୧, ଢେଙ୍କାନାଳ ଓ କେନ୍ଦୁଝରରୁ ୩୦ ଲେଖାଏଁ ଆକ୍ରାନ୍ତ, କେନ୍ଦ୍ରାପଡ଼ା ଓ ରାୟଗଡ଼ାରୁ ୨୫ ଲେଖାଏଁ, ଜଗତସିଂହପୁରରୁ ୧୭, ନବରଙ୍ଗପୁରରୁ ୧୧, ଅନୁଗୁଳରୁ ୫, ଦେବଗଡ଼ ଓ ନୂଆପଡ଼ାରୁ ୩ ଲେଖାଏଁ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related story