ମହାମାରୀ କରୋନାରୁ ୨୫୬୩ ଆରୋଗ୍ୟ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୫୬୩ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୨୩୨୦୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। Another 2563 Covid patients have recovered and are being discharged on 15.07.2021 418 from Cuttack392 from Khordha251 from Jajapur169 from Puri167 from Kendrapara148 from Mayurbhanj147 from Baleswar118 from Bhadrak108 from […]

Corona

Manoranjan Sial
  • Published: Thursday, 15 July 2021
  • , Updated: 15 July 2021, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୫୬୩ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୨୩୨୦୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1415681584519286790?s=20

ମହାମାରୀ କରୋନାରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୧୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୯୨, ଯାଜପୁରରୁ ୨୫୧, ପୁରୀରୁ ୧୬୯, କେନ୍ଦ୍ରାପଡ଼ାରୁ ୧୬୭, ମୟୂରଭଞ୍ଜରୁ ୧୪୮, ବାଲେଶ୍ୱରରୁ ୧୪୭, ଭଦ୍ରକରୁ ୧୧୮, ଜଗତସିଂହପୁରରୁ ୧୦୮, କେନ୍ଦୁଝରରୁ ୯୪, ଢେଙ୍କାନାଳରୁ ୮୦, ଅନୁଗୋଳରୁ ୬୭, ନୟାଗଡ଼ରୁ ୫୩, ମାଲକାନଗିରିରୁ ୩୮, କୋରାପୁଟରୁ ୨୯, ରାୟଗଡ଼ାରୁ ୨୫, ସୁନ୍ଦରଗଡ଼ରୁ ୨୨, ବୌଦ୍ଧରୁ ୨୧, ନବରଙ୍ଗପୁରରୁ ୨୧, ସମ୍ୱଲପୁରରୁ ୨୧, କନ୍ଧମାଳରୁ ୧୯, ସୋନପୁରରୁ ୧୫, ବରଗଡ଼ରୁ ୧୨, ଝାରସୁଗୁଡ଼ାରୁ ୧୦, ଗଞ୍ଜାମରୁ ୯, ଗଜପତିରୁ ୮, ନୂଆପଡ଼ାରୁ ୮, ଦେବଗଡ଼ରୁ ୭, କଳାହାଣ୍ଡିରୁ ୬, ବଲାଙ୍ଗିରିରୁ ୪ ଓ ଷ୍ଟେଟ୍‌ ପୁଲରୁ ୭୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1415681606895820802?s=20

ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୧୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୮୯୭ଟି ଲୋକାଲ୍ କେସ୍‌। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୮ ଜଣ ଥିବା ବେଳେ କଟକରୁ ୩୨୩, ବାଲେଶ୍ୱରରୁ ୧୬୮, କେନ୍ଦ୍ରାପଡ଼ାରୁ ୧୩୨, ପୁରୀରୁ ୧୧୩, ମୟୂରଭଞ୍ଜରୁ ୯୯ ଓ ଯାଜପୁର ଜିଲ୍ଲାରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୪୬ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୪, ଭଦ୍ରକରୁ ୭୯, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧୬, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୫, ଗଜପତିରୁ ୧୧, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୬୭, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୨, କେନ୍ଦୁଝରରୁ ୬୬, କୋରାପୁଟରୁ ୧୯, ମାଲକାନଗିରିରୁ ୨୨, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୪, ନୂଆପଡ଼ାରୁ ୨, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୯, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୬୨ ଓ ଷ୍ଟେଟ୍‌ ପୁଲ୍‌ରୁ ୮୭ ଜଣ ଚିହ୍ନଟ ହୋଇଛନ୍ତି।

Related story