ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରୁ ୨୬୪୧ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୧୮୦୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1414936231289376774?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକରୁ ସର୍ବାଧିକ ୪୪୨ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୪୨, ବାଲେଶ୍ୱରରୁ ୨୩୬, ଯାଜପୁରରୁ ୧୮୮, ମୟୂରଭଞ୍ଜରୁ ୧୮୬, ପୁରୀରୁ୧୫୦, ଭଦ୍ରକରୁ ୧୨୫, ଜଗତସିଂହପୁରରୁ ୧୧୭, ନୟାଗଡ଼ରୁ ୯୨, କେନ୍ଦ୍ରାପଡ଼ାରୁ ୮୫, ଅନୁଗୋଳରୁ ୮୨, ସୁନ୍ଦରଗଡ଼ରୁ ୮୨, ଢେଙ୍କାନାଳରୁ୬୫, କୋରାପୁଟରୁ ୬୪, କେନ୍ଦୁଝରରୁ ୬୩, ମାଲକାନଗିରିରୁ ୪୩, କଳାହାଣ୍ଡିରୁ ୩୬, ଝାରସୁଗୁଡ଼ାରୁ ୩୦, ରାୟଗଡ଼ାରୁ ୨୬, ସମ୍ୱଲପୁରରୁ ୨୬, କନ୍ଧମାଳରୁ ୨୨,ବୌଦ୍ଧରୁ ୧୯,ନବଙ୍ଗପୁରରୁ ୧୫, ସୋନପୁରରୁ ୧୦, ବରଗଡ଼ରୁ ୮, ଗଜପତିରୁ ୭, ନୂଆପଡ଼ାରୁ ୭, ଦେବଗଡ଼ରୁ ୬, ଗଞ୍ଜାମରୁ ୬, ବଲାଙ୍ଗିରିରୁ ଜଣେ ଓ ଷ୍ଟେଟ୍ପୁଲରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
https://twitter.com/HFWOdisha/status/1414936235420786692?s=20