୮ ପଞ୍ଚାୟତରୁ ଆଉ ୩୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୩୧ ଲୋକାଲ୍‌ କେସ୍‌

ଆଠଗଡ଼ (ନୀଳକଣ୍ଠ ଦୋରା): ବଡ଼ମ୍ବାର ୮ ପଞ୍ଚାୟତରୁ ଆଉ ୩୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହୋମ୍ କ୍ୱାରେଣ୍ଟାଇନ୍‌ ଥିଲା ବେଳେ ୩୧ ଲୋକାଲ୍ କେସ୍। ଏକ ପାଥୋ ଲ୍ୟାବ୍ ଓ ସଂକ୍ରମିତ ପୁଲିସଙ୍କ ସଂସ୍ପର୍ଶରେ ଆସି ଏମାନେ ସଂକ୍ରମିତ ହୋଇଥିବା ଆଠଗଡ଼ ଉପଜିଲ୍ଲାପାଳ ଅଜମ୍ବର ମହାନ୍ତି କହିଛନ୍ତି। ସେହିପରି ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୬ ‘କରୋନା’ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୬ରୁ ୧୩ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିବା […]

corona

Manoranjan Sial
  • Published: Friday, 10 July 2020
  • , Updated: 10 July 2020, 10:22 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): ବଡ଼ମ୍ବାର ୮ ପଞ୍ଚାୟତରୁ ଆଉ ୩୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହୋମ୍ କ୍ୱାରେଣ୍ଟାଇନ୍‌ ଥିଲା ବେଳେ ୩୧ ଲୋକାଲ୍ କେସ୍। ଏକ ପାଥୋ ଲ୍ୟାବ୍ ଓ ସଂକ୍ରମିତ ପୁଲିସଙ୍କ ସଂସ୍ପର୍ଶରେ ଆସି ଏମାନେ ସଂକ୍ରମିତ ହୋଇଥିବା ଆଠଗଡ଼ ଉପଜିଲ୍ଲାପାଳ ଅଜମ୍ବର ମହାନ୍ତି କହିଛନ୍ତି।

ସେହିପରି ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୬ ‘କରୋନା’ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୬ରୁ ୧୩ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଜଣେ ପେଡ୍‌ କ୍ୱାରେଣ୍ଟାଇନ୍‌  ଓ ୨ଟି ଲୋକାଲ କେସ୍। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରୁ ଏଯାବତ୍‌ ୨୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧୯୫ ଜଣ ଚିକିତ୍ସାଧୀନ ଅଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

ଆଜି ରାଜ୍ୟରେ ଆଉ ୭୫୫ ଜଣ ‘କରୋନା’ ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମରୁ ସର୍ବାଧିକ ୩୨୦ ଅଛନ୍ତି। ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟାଇନ୍‌‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍‌‌ ୨୪୭ ରହିଛି।

Related story