ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୩୮୯୬ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୮୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1310939191098966016?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୭ ଜଣ ଅଛନ୍ତି। ସେହିପରି କଟକରୁ ୪୪୨, ବାଲେଶ୍ୱରରୁ ୨୨୬, ଅନୁଗୋଳରୁ ୨୧୭, ପୁରୀରୁ ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜରୁ ୧୬୨, ଯାଜପୁର ୧୫୩, ଝାରସୁଗୁଡ଼ା ୧୫୧, କୋରାପୁଟରୁ ୧୨୬, ସୁନ୍ଦରଗଡ଼ରୁ ୧୧୯, ନୟାଗଡ଼ରୁ ୧୧୫, କେନ୍ଦ୍ରାପଡ଼ାରୁ ୧୧୨, ସମ୍ୱଲପୁରରୁ ୧୧୦, କଳାହାଣ୍ଡିରୁ ୧୦୪, ବରଗଡ଼ରୁ ୯୭, ନବରଙ୍ଗପୁରରୁ ୭୬, ଭଦ୍ରକରୁ ୭୪, ମାଲକାନଗିରିରୁ ୭୨, ସୋନପୁରରୁ ୭୦, ବଲାଙ୍ଗିରରୁ ୬୮, କେନ୍ଦୁଝରରୁ ୫୫, ନୂଆପଡ଼ାରୁ ୪୯, ଢେଙ୍କାନାଳରୁ ୪୫, ଗଞ୍ଜାମରୁ ୪୦, କନ୍ଧମାଳରୁ ୪୦, ରାୟଗଡ଼ାରୁ ୨୫, ବୌଦ୍ଧରୁ ୨୦, ଗଜପତିରୁ ୧୫, ଦେବଗଡ଼ରୁ ୧୨ ଓ ଷ୍ଟେଟ୍ ପୁଲରୁ ୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।