ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ବିଏମ୍ସି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩୦୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ୭ ଜଣଙ୍କ ମୃତ୍ୟୁ ଘଟିଛି।
୪୫ ଜଣଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ସେହିପରି ବାକି ୧୦ଟି ଲୋକାଲ୍ କେସ୍।
ଏହି ଲୋକାଲ୍ କେସ୍ ମଧ୍ୟରୁ ଜଣେ ବଡ଼ଗଡ଼ ବ୍ରିଟ୍ କଲୋନୀରୁ ଚିହ୍ନଟ ହୋଇଥିବା ବେଳେ ଜଣେ ପଟିଆରୁ, ଜଣେ ଶୈଳଶ୍ରୀ ବିହାରରୁ, ଜଣେ ଶୁକ ବିହାରରୁ, ଜଣେ ସୂର୍ଯ୍ୟନଗରରୁ (ଦାନ୍ତ ଡାକ୍ତର), ଜଣେ ନିଳାଦ୍ରୀ ବିହାରରୁ, ଜଣେ ବିଜେବି ନଗଗଗରୁ (ଏକ ଘରୋଇ ହସ୍ପିଟାଲ୍ର ଡ୍ରାଇଭର) ଓ ଜଣେ ଘଟିକିଆରୁ ଅଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 10th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/OgWGJQpNTP— BMC (@bmcbbsr) July 10, 2020
ବାକି ୩୫ ଜଣଙ୍କ ମଧ୍ୟରେ ଡୁମ୍ଡୁମାରୁ ୩ ଜଣ, ସାମନ୍ତରାପୁରରୁ ଜଣେ, ଜୟଦେବ ବିହାରରୁ ଜଣେ, ଏବରଙ୍ଗର ଗୋଟିଏ ପରିବାରର ୪ ଜଣ, ସତ୍ୟ ବିହାରର ଜଣେ, ପାତ୍ରପଡ଼ାର ୨ ଜଣ, ଘଟିକିଆର ଏକ ଘରୋଇ ହସ୍ପିଟାଲ୍ରୁ ଜଣେ, ସହିଦ ନଗରରୁ ଜଣେ, ନୂଆପଲ୍ଲୀରୁ ଜଣେ, ଗଙ୍ଗନଗରରୁ ଜଣେ, ଶୁକ ବିହାରରୁ ଜଣେ,ସେଣ୍ଟ୍ରାଲ ହସ୍ପିଟାଲରୁ ୧୧ ଜଣ, ପୁରୁଣା ଭୁବନେଶ୍ୱରର ବିବେକାନନ୍ଦ ମାର୍ଗ ଅଞ୍ଚଳରୁ ଜଣେ, ବରମୁଣ୍ଡାରୁ ଜଣେ, କଳିଙ୍ଗ ନଗଗରୁ ୨ ଜଣ ଓ ପଳାଶପଲ୍ଲୀରୁ ୩ ଜଣ ଚିହ୍ନଟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।