ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫,୯୩୪ ସୁସ୍ଥ ହୋଇଯାଇଥିବା ବେଳେ ୩,୦୯୦ ଜଣଙ୍କ ଚିକିତ୍ସା ଚାଲିଛି। ସେହିଭଳି ୩୬ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୫୨ଟି କେସ୍ ଲୋକାଲ୍ କଣ୍ଟାକ୍ଟସ୍।
ଏହି ନୂଆ କେସ୍ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରେ। ଏହି ଜିଲ୍ଲାରୁ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି।
21. NDRF personnel: 4
(Returned from Amphan duty)New Recoveries: 229
Cumulative Tested: 292407
Positive: 9070
Recovered: 5934
Active Cases: 3090— I & PR Department, Odisha (@IPR_Odisha) July 5, 2020
ଅନୁଗୋଳରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮, ଭଦ୍ରକରୁ ୧୬, ବଲାଙ୍ଗିରରୁ ୩, ଗଜପତିରୁ ୧୨, ଯାଜପୁରରୁ ୨୫, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୨୫, ଖୋର୍ଦ୍ଧାରୁ ୨୭, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୬, ନବରଙ୍ଗପୁରର ୨, ନୟାଗଡ଼ରୁ ୨୪, ପୁରୀରୁ ୮, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୬୬ ଚିହ୍ନଟ ହୋଇଛନ୍ତି। ସେହିପରି ଏନ୍ଡିଆର୍ଏଫ୍ର ୪ ଜଣ ଯବାନ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି।
Covid-19 Report For 4th July
New Positive Cases: 469
In Quarantine: 317
Local Contacts: 152(Details of local contacts will be shared by concerned Dist Administration)
District Wise Cases
1. Angul: 11
2. Balasore: 8
3. Bhadrak: 16
4. Bolangir: 3
5. Cuttack: 94
6. Gajapati: 12— I & PR Department, Odisha (@IPR_Odisha) July 5, 2020