ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୫୮୧ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୭୩୭୩ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲଣ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1287749795570802688?s=20
ଆଜି ସୁସ୍ଥ ହୋଇଥିବା ୫୮୧ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୭୭, ଗଜପତିରୁ ୪୩, କଟକରୁ ୩୪, ମାଲକାନଗିରିରୁ ୩୨, ବରଗଡ଼ରୁ ୨୫, ଭଦ୍ରକରୁ ୨୩, କେନ୍ଦୁଝରରୁ ୧୯, ଅନୁଗୋଳରୁ ୧୭, କନ୍ଧମାଳରୁ ୧୭, ଜଗତସିଂହପୁରରୁ ୧୪, ସମ୍ୱଲପୁରରୁ ୧୪, ମୟୂରଭଞ୍ଜରୁ ୧୨, ରାୟଗଡ଼ାରୁ ୧୨, ସୁନ୍ଦରଗଡ଼ରୁ ୧୨, ବାଲେଶ୍ୱରରୁ ୧୦, ଝାରସୁଗୁଡ଼ାରୁ ୯, କେନ୍ଦ୍ରାପଡ଼ାରୁ ୯, ପୁରୀରୁ ୯, ଢେଙ୍କାନାଳରୁ ୮, ଯାଜପୁରରୁ ୭, ଯାଜପୁରରୁ ୭, ବଲାଙ୍ଗିରିରୁ ୬, ବୌଦ୍ଧରୁ ୫, ଦେବଗଡ଼ରୁ ୩, ନବରଙ୍ଗପୁରରୁ ୨; କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ‘କରୋନା’ରେ ୨୮୮୯୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୩୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୯୫୧୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୩୪ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।