ଜଣେ ୩୮ ବର୍ଷୀୟ ଯୁବକଙ୍କ ସମେତ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୭୭୧ରେ ପହଞ୍ଚିଯାଇଛି। ଏହି ୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ଅଛନ୍ତି। ସେହିପରି ବାଲେଶ୍ୱର, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ସେମାନେ […]

coronavirus-an-1

Jitendra Garnayak
  • Published: Sunday, 06 December 2020
  • , Updated: 06 December 2020, 12:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୭୭୧ରେ ପହଞ୍ଚିଯାଇଛି।

ଏହି ୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ଅଛନ୍ତି। ସେହିପରି ବାଲେଶ୍ୱର, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ସେମାନେ ଭୁବନେଶ୍ୱରର। ଉଭୟ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୬୯ ଓ ୬୫ ବର୍ଷ। ଉଭୟ ଡାଇବେଟିସ୍ ସହିତ ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ।

ବାଲେଶ୍ୱରରେ ଯାହାର ମୃତ୍ୟୁ ଘଟିଛି, ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା। ସେହିପରି ନୂଆପଡ଼ାରେ ପ୍ରାଣ ହରାଇଥିବା ମହିଳା ଜଣଙ୍କୁ ୪୫ ବର୍ଷ ହୋଇଥିଲା।

ଆଉ ୨ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩୦୩ରେ ପହଞ୍ଚିଯାଇଛି। ବାଲେଶ୍ୱରରେ ଏହି ସଂଖ୍ୟା ୮୬, ବଲାଙ୍ଗିରରେ ୩୬, ନୂଆପଡ଼ାରେ ୨୫ ଓ କଳାହାଣ୍ଡିରେ ୨୬ରେ ପହଞ୍ଚି ଯାଇଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୧୯୬ରେ ପହଞ୍ଚିଥିବା ବେଳେ ୩,୧୫,୨୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ୪,୧୦୨ ଜଣ ଚିକିତ୍ସାଧୀନ ଅଛନ୍ତି।

Related story