ଆରୋଗ୍ୟ ହେଲେ ୯୭ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୯୭ ଜଣ ମହାମାରୀ ‘କରୋନା’ରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ଭିତରୁ କଟକରୁ ସର୍ବାଧିକ ୧୭ ଜଣ ଅଛନ୍ତି। ଏମାନଙ୍କୁ ମିଶାଇ ୩୧୪୪ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆଜି ଆରୋଗ୍ୟ ହୋଇଥିବା ୯୭ ଭିତରେ କଟକରେ ୧୭, ଖୋର୍ଦ୍ଧାରୁ ୧୬, ଗଞ୍ଜାମରୁ ୧୬, କନ୍ଧମାଳରୁ ୧୪, ମୟୂରଭଞ୍ଜରୁ ୯, ଯାଜପୁରରୁ ୭, ପୁରୀରୁ ୫, ନୟାଗଡ଼ରୁ ୪, […]

corona-in-odisha

Manoranjan Sial
  • Published: Thursday, 18 June 2020
  • , Updated: 18 June 2020, 04:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୯୭ ଜଣ ମହାମାରୀ ‘କରୋନା’ରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ଭିତରୁ କଟକରୁ ସର୍ବାଧିକ ୧୭ ଜଣ ଅଛନ୍ତି। ଏମାନଙ୍କୁ ମିଶାଇ ୩୧୪୪ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଆଜି ଆରୋଗ୍ୟ ହୋଇଥିବା ୯୭ ଭିତରେ କଟକରେ ୧୭, ଖୋର୍ଦ୍ଧାରୁ ୧୬, ଗଞ୍ଜାମରୁ ୧୬, କନ୍ଧମାଳରୁ ୧୪, ମୟୂରଭଞ୍ଜରୁ ୯, ଯାଜପୁରରୁ ୭, ପୁରୀରୁ ୫, ନୟାଗଡ଼ରୁ ୪, କେନ୍ଦ୍ରାପଡ଼ାରୁ ୩, ବରଗଡ଼ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ୩୧୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1273570577517645826?s=20

ଆଜି ସୁଦ୍ଧା ରାଜ୍ୟରେ ୪୫୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୬୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୩ ଜଣ କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମରିଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

Related story