- Videos
- Odisha
- ଜଙ୍ଗଲରୁ ମିଳିଲା ଗାଈର ମୃତଦେହ: କ’ଣ ସୁନ୍ଦରୀ କରିଛି ଶିକାର ?
ଜଙ୍ଗଲରୁ ମିଳିଲା ଗାଈର ମୃତଦେହ: କ’ଣ ସୁନ୍ଦରୀ କରିଛି ଶିକାର ?
- Published: Tuesday, 18 September 2018
- , Updated: 18 September 2018, 06:54 AM IST
<p>ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଲେହେଡି ଗାଁର ଏକ ଗାଈକୁ ମହାବଳ ମାରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ରାତିରେ ଜଙ୍ଗଲରେ ଏକ ଗାଈ ବୁଲୁଥିବା ସମୟରେ ବାଘ ଆକ୍ରମଣ କରିଥିଲା। ଏହି ଘଟଣା ପରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମୃତ ଗାଈର ମାଲିକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି।</p>
<p>ଗାଈର ମୃତଦେହ ମିଳିବା ପରେ ପୁଣି ଥରେ ବାଘୁଣୀ ‘ସୁନ୍ଦରୀ’ ଆତଙ୍କ ନେଇ ଚର୍ଚ୍ଚା ଜୋର ଧରିଛି। ‘ସୁନ୍ଦରୀ’ ଗାଈକୁ ମାରିଥିବା ସନ୍ଦେହ କରାଯାଉଛି।</p>
<p>‘ସୁନ୍ଦରୀ’ ବର୍ତ୍ତମାନ ହାତଧରା ଜଙ୍ଗଲରେ ବୁଲୁଛି। ସେ ଯେଭଳି ଜନବସତିକୁ ନ ଆସିବ ସେନେଇ ବନବିଭାଗର କର୍ମଚାରୀ ତୀକ୍ଷଣ ନଜର ରଖିଥିବା ଆଠମଲ୍ଲିକ ବନଖଣ୍ଡ ଡିଏଏଫ୍‌ଓ ସୂଚନା ଦେଇଛନ୍ତି। ଏହାସହ ଲୋକେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି।</p>