ରାଜ୍ୟରେ ଆଉ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୩୮୯ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫,୯୨୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୨୮୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୧୦ ଜଣଙ୍କ ମୃତ୍ୟୁ ସହିତ ମୃତକଙ୍କ ସଂଖ୍ୟା ୧୪୦ରେ ପହଞ୍ଚି ଯାଇଛି। ୩୦ଟି ଜିଲ୍ଲାରୁ ନୂତନ ଭାବେ ଚିହ୍ନଟ […]

corona-7

Jitendra Garnayak
  • Published: Sunday, 26 July 2020
  • , Updated: 26 July 2020, 11:15 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୩୮୯ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫,୯୨୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୨୮୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୧୦ ଜଣଙ୍କ ମୃତ୍ୟୁ ସହିତ ମୃତକଙ୍କ ସଂଖ୍ୟା ୧୪୦ରେ ପହଞ୍ଚି ଯାଇଛି।

୩୦ଟି ଜିଲ୍ଲାରୁ ନୂତନ ଭାବେ ଚିହ୍ନଟ ହୋଇଥିବା ଏହି ୧୩୭୬ ଜଣଙ୍କ ମଧ୍ୟରୁ ୯୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୫୯ଟି ଲୋକାଲ୍ କେସ୍।

 

ଏହି ୧୩୭୬ଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୮୪ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୧୮୭ ଓ କେନ୍ଦୁଝରରୁ ୧୦୩ ଜଣ ରହିଛନ୍ତି। ପୁରୀ ଜିଲ୍ଲାରୁ ୯୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୫, ଗଜପତିରୁ ୭୪, ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦ ଓ ବାଲେଶ୍ୱରରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୨୧, ବଲାଙ୍ଗିରରୁ୧୯, ସମ୍ବଲପୁରରୁ ୧୭, ଢେଙ୍କାନାଳ ଓ ମାଲକାନଗିରିରୁ ୧୫ ଲେଖାଏଁ, କନ୍ଧମାଳରୁ ୧୨, ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୧୧ ଜଣ ଲେଖାଏଁ, ଭଦ୍ରକରୁ ୧୦, ବୌଦ୍ଧ ଓ ଯାଜପୁରରୁ ୮,ବରଗଡ଼, କୋରାପୁଟରୁ ୭ ଲେଖାଏଁ, ଝାରସୁଗୁଡ଼ାରୁ ୬, ଅନୁଗୋଳ ଓ ସୋନପୁରରୁ ୫ ଲେଖାଏଁ ଓ ନୂଆପଡ଼ାରୁ ୪  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story