ଆରୋଗ୍ୟ ହେଲେ ୪୦୦ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୪୦୦ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୩୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ଆରୋଗ୍ୟ ହୋଇଥିବା ୪୦୦ ଆରୋଗ୍ୟଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୩୭ ଜଣ ଅଛନ୍ତି। ସେହିପରି କଟକରୁ ୫୮, ଖୋର୍ଦ୍ଧାରୁ ୪୬, କୋରାପୁଟରୁ ୪୧, ଯାଜପୁରରୁ ୩୭, କେନ୍ଦୁଝରରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ମୟୂରଭଞ୍ଜରୁ ୯, ନୟାଗଡ଼ରୁ ୭, […]

corona

Manoranjan Sial
  • Published: Tuesday, 21 July 2020
  • , Updated: 21 July 2020, 08:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୪୦୦ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୩୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ଆଜି ଆରୋଗ୍ୟ ହୋଇଥିବା ୪୦୦ ଆରୋଗ୍ୟଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୩୭ ଜଣ ଅଛନ୍ତି। ସେହିପରି କଟକରୁ ୫୮, ଖୋର୍ଦ୍ଧାରୁ ୪୬, କୋରାପୁଟରୁ ୪୧, ଯାଜପୁରରୁ ୩୭, କେନ୍ଦୁଝରରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ମୟୂରଭଞ୍ଜରୁ ୯, ନୟାଗଡ଼ରୁ ୭, ସୁନ୍ଦରଗଡ଼ରୁ ୭, ବରଗଡ଼ରୁ ୫, ଜଗତସିଂହପୁରରୁ ୫, ସୁବର୍ଣ୍ଣପୁରରୁ ୫, ଅନୁଗୋଳରୁ ୪, କଳାହାଣ୍ଡିରୁ ୪, ପୁରୀରୁ ୪, ବୌଦ୍ଧରୁ ୩, ଭଦ୍ରକରୁ ୨; ରାୟଗଡ଼ା ଓ ସମ୍ୱଲପୁରରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।

https://twitter.com/HFWOdisha/status/1285564841206243328?s=20

ଆଜି ସୁଦ୍ଧା ରାଜ୍ୟରେ ୧୮୭୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୦୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩୦୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୩୧୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ୩୦ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Related story