ଗୋଟିଏ ଗଲା, ଆସୁଛି ଆଉ ଏକ ଲଘୁଚାପ! ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଲଘୁଚାପ ଗଲା। ଆଉ ଗୋଟିଏ ଲଘୁଚାପ ଆସୁଛି। ଆସନ୍ତା ୯ ତାରିଖରୁ ଉତ୍ତର ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ୨ରୁ ୩ ଦିନରେ ଏହା ଡିପ୍ରେସନରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୧୧ରୁ ୧୩ ମଧ୍ୟରେ ବର୍ଷା ଲାଗି ରହିବ। ସେପଟେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ […]

Monsoon_Rain-750x421-750x421

Manoranjan Sial
  • Published: Sunday, 04 October 2020
  • , Updated: 04 October 2020, 03:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଲଘୁଚାପ ଗଲା। ଆଉ ଗୋଟିଏ ଲଘୁଚାପ ଆସୁଛି। ଆସନ୍ତା ୯ ତାରିଖରୁ ଉତ୍ତର ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ୨ରୁ ୩ ଦିନରେ ଏହା ଡିପ୍ରେସନରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୧୧ରୁ ୧୩ ମଧ୍ୟରେ ବର୍ଷା ଲାଗି ରହିବ।

ସେପଟେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଭିଜୁଛି ଓଡ଼ିଶା। ଗତକାଲିଠୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଏହାରି ପ୍ରଭାବ ଆସନ୍ତା ୫ ତାରିଖ ଯାଏ ଲାଗି ରହିବ। ସେଥିପାଇଁ ଆସନ୍ତାକାଲି ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ। ଏହି ଜିଲ୍ଲାରେ ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି। ଆସନ୍ତା ୫ ତାରିଖ ଯାଏଁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

Related story