- Videos
- Odisha
- ବ୍ୟବସ୍ଥା ଉପରୁ ବିଶ୍ୱାସ ହରାଇଲେ: ବିଷ ପିଇ ଆତ୍ମହତ୍ୟା କଲେ ନାବାଳିକା
ବ୍ୟବସ୍ଥା ଉପରୁ ବିଶ୍ୱାସ ହରାଇଲେ: ବିଷ ପିଇ ଆତ୍ମହତ୍ୟା କଲେ ନାବାଳିକା
- Published: Thursday, 25 January 2018
- , Updated: 25 January 2018, 07:50 AM IST
<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ‌ଆଉ ଜଣେ ନାବାଳିକା। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ଶୁଆଁପଡ଼ିଆ ଗାଁର।</p>
<p>ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ ୩୦ ତାରିଖରେ ଦୁଷ୍କର୍ମର ଶିକାର ହୋଇଥିଲେ ପୀଡ଼ିତା। ଗାଁରେ ଘଟଣାର ବିଚାର ପରେ ଗତ ୨ ତାରିଖରେ ଥାନାରେ ଏତଲା ଦେଇଥିଲେ ପୀଡ଼ିତା। କିନ୍ତୁ ୨୨ଦିନ ପରେ ବି ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଶେଷରେ ମାନସିକ ନିର୍ଯାତନା ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ନାବାଳିକା।</p>
<p>ଖବର ପାଇ ବାଲୁଗାଁ ଏସଡିପିଓଙ୍କ ସହ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆତ୍ମହତ୍ୟା ପାଇଁ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ଉତ୍ତ୍ୟକ୍ତ ଗାଁ ଲୋକେ ଶବ ଛାଡ଼ି ନ ଥିଲେ। ତେବେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ପୋଲିସ ଶବ ଜବତ କରି ବାଣପୁର ଡାକ୍ତରଖାନାକୁ ପଠାଇଛି।</p>