ଅଂଶୁଘାତ ମୁକାବିଲା ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର:ଅଂଶୁଘାତ ମୁକାବିଲା ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି କରିଛନ୍ତି । ଏହି ଚିଠିରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଅଂଶୁଘାତ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ସହ ଅଚଳ ନଳକୂପ ଓ ପାଇପର ତୁରନ୍ତ ମରାମତି କରିବାକୁ ସେ ଚିଠିରେ ଦର୍ଶାଇଛନ୍ତି। ଏହା ସହ ସେ କହିଛନ୍ତି ଅଂଶୁଘାତ ଆକ୍ରାନ୍ତଙ୍କୁ ଆପାତକାଳୀନ ଚିକିତ୍ସା ସୁବିଧା ଯୋଗାଇଦିଅ। ଏନେଇ ଦୈନିକ ରିର୍ପୋଟ ଦାଖଲ କରିବାରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ […]

heat-stroke

Rakesh Mallick
  • Published: Thursday, 21 May 2015
  • , Updated: 21 May 2015, 01:16 PM IST

ଭୁବନେଶ୍ୱର:ଅଂଶୁଘାତ ମୁକାବିଲା ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି କରିଛନ୍ତି । ଏହି ଚିଠିରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଅଂଶୁଘାତ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ସହ ଅଚଳ ନଳକୂପ ଓ ପାଇପର ତୁରନ୍ତ ମରାମତି କରିବାକୁ ସେ ଚିଠିରେ ଦର୍ଶାଇଛନ୍ତି। ଏହା ସହ ସେ କହିଛନ୍ତି ଅଂଶୁଘାତ ଆକ୍ରାନ୍ତଙ୍କୁ ଆପାତକାଳୀନ ଚିକିତ୍ସା ସୁବିଧା ଯୋଗାଇଦିଅ। ଏନେଇ ଦୈନିକ ରିର୍ପୋଟ ଦାଖଲ କରିବାରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। କମିଶନର କହିଛନ୍ତି ଯେ,ଦିନ ୧୧ ଟା ୩୦ରୁ ୩ ଟା ୩୦ ଯାଏଁ  ଶ୍ରମିକମାନେ ଖରାରେ କାମ କରିପାରିବେ ନାହିଁ। ଖରାଦିନେ ବସଯାତ୍ରୀମାନେ ପାଖରେ ପାଣି ରଖିବା ଜାରୁରୀ ବୋଲି ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story