ଅଂଶୁପା ପୁନରୁଦ୍ଧାର: ସଫେଇ ଅଭିଯାନରେ ସାମିଲ ହେଲେ ମତ୍ସ୍ୟଜୀବୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅନ୍ୟତମ ବୃହତ ମଧୁର ଜଳ ହ୍ରଦ ହେଉଛି ଅଂଶୁପା। ଏହାର ରକ୍ଷଣା ବେକ୍ଷଣା ଚିନ୍ତା ଏବେ ରାଜ୍ୟ ସରକାରଙ୍କୁ ଘାରିଛି। ସେଥିପାଇଁ ଚିଲିକା ଉନ୍ନୟତ କର୍ତ୍ତୃପକ୍ଷ ଅଂଶୁପା ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏବେ ଅଂଶୁପା ଦଳ ଓ ପଙ୍କରେ ଭର୍ତ୍ତି ହୋଇ ରହିଛି। ଏହାକୁ ସଫା କରିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନିୟୋଜିତ କରାଯାଇଛି। ପ୍ରାୟ ୪୦ରୁ ଊର୍ଦ୍ଧ୍ୱ […]

Ansupa-lake-piyush-rout-bbsrbuzz-11

Rakesh Mallick
  • Published: Sunday, 25 March 2018
  • , Updated: 25 March 2018, 06:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅନ୍ୟତମ ବୃହତ ମଧୁର ଜଳ ହ୍ରଦ ହେଉଛି ଅଂଶୁପା। ଏହାର ରକ୍ଷଣା ବେକ୍ଷଣା ଚିନ୍ତା ଏବେ ରାଜ୍ୟ ସରକାରଙ୍କୁ ଘାରିଛି। ସେଥିପାଇଁ ଚିଲିକା ଉନ୍ନୟତ କର୍ତ୍ତୃପକ୍ଷ ଅଂଶୁପା ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏବେ ଅଂଶୁପା ଦଳ ଓ ପଙ୍କରେ ଭର୍ତ୍ତି ହୋଇ ରହିଛି। ଏହାକୁ ସଫା କରିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନିୟୋଜିତ କରାଯାଇଛି। ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଡଙ୍ଗା ସାହାଯ୍ୟରେ ମତ୍ସ୍ୟଜୀବୀମାନେ ଦଳ ସଫା କରୁଛନ୍ତି। ପରବର୍ତ୍ତୀ ସମୟରେ ମେସିନ୍‌ ମାଧ୍ୟମରେ ପଙ୍କ ଉଦ୍ଧାର କରାଯିବ। ଏଥିସହିତ ଉଦ୍ଧାର କରାଯାଇଥିବା ପଙ୍କ ଓ ଦଳକୁ କମ୍ପୋଷ୍ଟରେ ପରିଣତ କରାଯାଇ କାର୍ଯ୍ୟ ଲଗାଯିବ। କେବଳ ସେତିକି ନୁହେଁ, ଅଂଶୁପାକୁ ମହାନଦୀ ସହ ସଂଯୋଗ କରୁଥିବା କାବୁଳା ନାଳ ଓ ହୁଳହୁଳା ନାଳକୁ ମଧ୍ୟ ଖନନ କରାଯିବ। ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଅତିରିକ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।

ବର୍ତ୍ତମାନ ଅଂଶୁପାରେ ପ୍ରାୟ ୩୩ ପ୍ରଜାତିର ମାଛ ଦେଖା ଦେଉଛନ୍ତି। ଏହାଛଡ଼ା ୫୦ରୁ ଅଧିକ ପ୍ରଜାତିର ପକ୍ଷୀ ମଧ୍ୟ ଦୃଷ୍ଟିଗୋଚର ହେଉଛନ୍ତି। ଅଂଶୁପାର ପୁନରୁଦ୍ଧାର ପରେ ଏହା ପର୍ଯ୍ୟଟନ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ମତପ୍ରକାଶ ପାଇଛି।

Related story